ବାଣ ଭିଡିଲା ବେଳେ ବିସ୍ପୋରଣ, ଚାରି ଛାତ୍ର ଗୁରୁତର
କୋଦଳା,(ବାପୁନି କୁମାର ମାଲୁ):ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ଦିନ ଏକ ଅଘଟଣ ଘଟିଛି । ଗୋଟିଏ ପରିତ୍ୟକ୍ତ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ଘଟି ଚାରି
ଛାତ୍ରଙ୍କ ଶରୀର ଗୁରୁତର ଭାବେ ପୋଡି ଯାଇଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ବିସ୍ପୋରଣରେ ପରିତ୍ୟକ୍ତ ଘରର ଟିଣ ମଧ୍ୟ ଉଡିଯାଇଛି। ସମସ୍ତ ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ
ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ
ବ୍ରହ୍ମପୁର ସ୍ତାନାନ୍ତର କରାଯାଇଛି । ଆଗକୁ ଦୀପାବଳି ଥିବାରୁ ମାଣିକପୁର ଗ୍ରାମର ଗୋଟିଏ ଘରେ ଚାରି ଜଣ ଛାତ୍ର ବାଣ ତିଆରି କରୁଥିଲେ ।ଅସାବଧାନତା ଯୋଗୁଁ ବାଣ ତିଆରି ସମୟରେ ଘର ଭିତରେ ହଠାତ ବିସ୍ପୋରଣ ହୋଇଥିଲା । ତେବେ ଏପରି ବିପଦଜନକ ତଥା ବେଆଇନ କାମରେ ଏହି ଦଶମ ଶ୍ରେଣୀ ଛାତ୍ରମାନଙ୍କୁ କାହିଁକି ଓ କିଏ ନିୟୋଜିତ କରିଥିଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସହ ପୋଲିସ ମଧ୍ୟଏହି ଦିଗରେ ଅନୁସନ୍ଧାନ ଚଳାଇଛି। ବିସ୍ପୋରଣରେ ଘରର ଟିଣ ଉଡିଯିବା ସହ କାନ୍ଥରୁ ଇଟା ଖସି ପଡିଥିଲା। ବାଣ ତିଆରି କରୁଥିବା ଦଶମଶ୍ରେଣୀ ଛାତ୍ର ପ୍ରସାଦ ଗୌଡ଼, ବାଦଲ ଗୌଡ଼, ବାବୁଲା ଗୌଡ଼ ଓ ସମୀର ଦୁହୁଡି ଗୁରୁତର ଭାବେ ଆହତ ହୋଇ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସମସ୍ତଙ୍କ ବୟସ
୧୬ ବର୍ଷ ସୋମାେ[ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି । ଖଲ୍ଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ବାଣ ବିସ୍ପୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ଏହି ବିସ୍ପୋରଣରେ ନା ବାଳକ ବାଦଲର ଦୁଇଟି ଗୋଡ଼ ଓ ହାତ ସମ୍ପୂର୍ଣ୍ଣ ପୋଡି ଗୁରୁତର ଆହତ ହୋଇଛି । ଗୁରୁତର ବାଦଲକୁ ପରିବାର
ଲୋକେ ଭୁବେନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ପଠାଇ ଯାଇଛନ୍ତି। ଗୁରୁତର
ଆହତ ହୋଇଥିବା ପ୍ରସାଦ ଗୌଡ଼ର ଗୋଟିଏ ହାତ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ
ହୋଇଥିବାରୁ ତାର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ
ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ,ଛତ୍ରପୁର ଏସଡିପିଓ ଗୌରହରୀ ସାହୁଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି.