ବାଣ ଭିଡୁଥିବା ବେଳେ ବିସ୍ଫାରଣ: ବାପ-ପୁଅ ଗୁରୁତର, କଟକ ସ୍ଥାନାନ୍ତର

ଯାଜପୁର: ଆଗକୁ ଦଶହରା ଓ ଦୀପାବଳି ଥିବାରୁ ବାଣ ବିକ୍ରି କରିବା ପାଇଁ ବାପ-ପୁଅ ଉତ୍ସାହିତ ଥିଲେ । ଏଥି ପାଇଁ ସେମାନେ କାମକୁ ତୀବ୍ର କରିଥିଲେ । ମାତ୍ର ଶନିବାର ସେମାନେ ବାଣ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ବାଛଳ ଗ୍ରାମରେ ଆଜି ବାଣ ଭିଡୁଥିବା ବେଳେ ବାପ ଓ ପୁଅ ଗୁରୁତର ଆହତ ହାଇଥିଲେ । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ବାଛଳ ଗ୍ରାମର ରମାକାନ୍ତ ସାହୁ(୪୮) ଓ ତାଙ୍କ ପୁଅ ସୌଭାଗ୍ୟ ରଂଜନ ସାହୁ (୨୮) ନିଜର ଚାଳ ଘରେ ବାଣ ତିଆରି କରୁଥିଲେ । ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ବାଣ ଭିଡୁଥିବା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଚାଳଘର ଜଳି ଯାଉଥିବା ବେଳେ ଗାଁ ଲୋକେ ଗୁରୁତର ଅବସ୍ଥାରେ ବାପ ଓ ପୁଅଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟଙ୍କୁ ପ୍ରାଥମିକ ଚିକତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ