ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ

ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍ ଫିଲ୍ମର ଶୁଟିଂକୁ ଗୋଟିଏ ପରେ ଗୋଟିଏ ବାତିଲ କରାଯାଇ ଆଗକୁ ତାରିଖ ବଢ଼ାଇ ଦିଆଯାଇଛି । କେବଳ ସେତିକି ନୁହେଁ, କିଛି ଫିଲ୍ମର ପ୍ରଯୋଜକ ଶୁଟିଂର ସ୍ଥାନ ବଦଳାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଇତିମଧ୍ୟରେ କାର୍ତ୍ତିକ ଆର‌୍ୟନ ଓ ଜାହ୍ନବୀ କପୁରଙ୍କ ଫିଲ୍ମ ଦୋସ୍ତାନା-୨ର ଶୁଟିଂକୁ ଅଟକାଇ ଦିଆଯାଇଥିବା ଜଣାପଡ଼ିଛି । ଏହି ଫିଲ୍ମର ଶୁଟିଂ ଦିଲ୍ଲୀରେ ହେବାକୁ ଥିବା ବେଳେ ପ୍ରଦୂଷଣ ଯୋଗୁ ହେଉଥିବା ସମସ୍ୟା କାରଣରୁ ଏହି ଫିଲ୍ମକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସହରରେ ଧୂଳି ଧୂଆଁ ଅତ୍ୟଧିକ ରହିଥିବାରୁ କ୍ୟାମେରାରେ ସ୍ପଷ୍ଟ ଚିତ୍ର ଉତ୍ତୋଳନ ହୋଇପାରି ନ ଥିଲା । ପୂର୍ବରୁ ପ୍ରିୟଙ୍କା ତାଙ୍କର ଅପ୍ କମିଂ ଫିଲ୍ମ “ଦ ହ୍ୱାଇଟ୍ ଟାଇଗର’ର ଶୁଟିଂ ପାଇଁ ଏଠାକୁ ଆସିଥିବା ବେଳେ ପ୍ରଦୂଷଣ ଯୋଗୁ ସେ ମାସ୍କ ପିନ୍ଧି ଏକ ଫଟୋ ଶେୟାର କରିଥିଲେ । ସେହିପରି ଆମିର ଖାଁ ମଧ୍ୟ ଏହି ସମସ୍ୟା ଦେଇ ଗତି କରିସାରିଛନ୍ତି । ପ୍ରଥମେ ଦିଲ୍ଲୀରେ ଫିଲ୍ମ “ଲାଲ ସିଂହ ଚଡ୍ଡା’ର ଶୁଟିଂ ହେବାକୁ ଥିବା ବେଳେ ପରେ ଏହାକୁ ବାତିଲ କରାଯାଇ ହିମାଚଳ ପ୍ରଦେଶରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ