ବାତ୍ଯା ଆଶ୍ରୟସ୍ଥଳୀ ଗୁଡିକର ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଦାବୀ
ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡରେ ୪ଟି ଜାଗାରେ ବାତ୍ଯା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। ସେଗୁଡିକ ହେଲା ପିତ୍ତଳ, ତହଁର,ବ୍ରାହ୍ମଣଛାଇ, ଲକ୍ଷ୍ମୀପୁର। ଉକ୍ତ ଆଶ୍ରୟସ୍ଥଳୀ ଗୁଡିକ ପ୍ରତିବର୍ଷ ବର୍ଷା ସମୟରେ ସତର୍କ ରହିବା ସହ ପ୍ରତିବର୍ଷ ବାତ୍ଯା ଆଶ୍ରୟସ୍ଥଳୀ ଗୁଡିକର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ପ୍ରତିବର୍ଷ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଉକ୍ତ ଆଶ୍ରୟସ୍ଥଳୀ ଗୁଡିକ ମକଡ୍ରିଲ କରିବା ସହ ଆଶ୍ରୟସ୍ଥଳୀ ଗୁଡିକ ରେ ଥିବା ଆସବାବ ପତ୍ର ଗୁଡିକ ତଦାରଖ ସହ ଋକ୍ଷାଣ ବେକ୍ଷଣ କରି ଆସୁଛନ୍ତି। ଏଗୁଡିକ ରକ୍ଷା ବେକ୍ଷଣ ପରିଚାଳନା କରିବାକୁ ଅର୍ଥ ର ନିହାତି ଦରକାର ଥିବା ବେଳେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପ୍ରତିବର୍ଷ ପରିଚାଳନା ଅର୍ଥ ପ୍ରଦାନ କରିବା କଥା। ପରନ୍ତୁ ବହୁବାର ବାର୍ଷିକ ରକ୍ଷଣାବେକ୍ଷଣ ପରିଚାଳନା ଅର୍ଥ ପ୍ରଦାନ ଦାବୀ କଲେ ମଧ ପ୍ରଦାନ କରୁନାହାନ୍ତି। ଏଣୁ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏ ଦିଗରେ ଦ୍ରୁଷ୍ଟି ଦେବା ସହ ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି।


