ବାତ୍ୟା”
ବାତ୍ୟାର ନାମ କାନ ରେ ପଡିଲେ ଓଡ଼ିଶାର ସାଧାରଣ ଲୋକଙ୍କ ମନରେ ଛନକା ପଶେ। ବାତ୍ୟା ଓ ଓଡ଼ିଶାର ଯେମିତି ଘନିଷ୍ଟ ସମ୍ପର୍କ ରହିଛି।ପ୍ରତି ବର୍ଷ ଊଣା ଅଧିକେ ଦୁଇ ତିନୋଟି ବାତ୍ୟା ଆସି ଓଡ଼ିଶା କୁ କ୍ଷତ ବିକ୍ଷତ କରି ଚାଲିଯାଆନ୍ତି।ଧାନ ଜମି ରେ ପାଣି ପଶି ଫସଲ ନଷ୍ଟ ହୋଇଯାଏ,। ଗାଁ ଓ ସହରରେ ପାଣି ଜମିଯାଇ ବାତ୍ୟା ପରିସ୍ଥିତି ସ୍ପଷ୍ଟ କରେ।ଦିନ ଦିନ ଧରି ବିଜୁଳି ରହେନି। ବତି ଖୁଣ୍ଟ ଗୁଡିକୁ ଉପୁଡ଼ାଇ ଦେଇ କିମ୍ବା ବଙ୍କା କରି ଦେଇ ବାତ୍ୟା ଚାଲିଯାଏ।ଲୋକଙ୍କୁ ମାସ ମାସ ଲାଗିଯାଏ ପୁଣି ସ୍ଵାଭାବିକ ପରିସ୍ଥିତି କୁ ଫେରିବା ପାଇଁ ଓଡ଼ିଶାର ସରକାର ରୀତିମତ ଚେଷ୍ଠା କରନ୍ତି ଜିରୋ କେଜ୍ୟୁଆଲଟି କରିବା ପାଇଁ।ତଥାପି କିଛି ଲୋକଙ୍କ ମୃତ୍ୟୁ ହୋଇଥାଏ।ଏବଂ ଯେଉଁ ପରିବାର ତାର ପ୍ରିୟ ମଣିଷ କୁ ହରାଇ ଥାଏ ସେଇ ପରିବାର ଏହିଦୁର୍ଦ୍ଦିନ କୁ ଭୁଲି ପାରେନି।ଓଡ଼ିଶା ପଚିଶ ବର୍ଷ ତଳେ ସୁପର ସାଇକ୍ଲୋନ କୁ ନିଭେଇଛି।ଏବଂ ସୁପର ସାଇକ୍ଲୋନ ଓଡ଼ିଶା ମାଟିରେ ସତେ ଯେମିତି ମୃତ୍ୟୁର ତାଣ୍ଡବ କରିଯାଇଛି।ସରକାରଙ୍କ ହିସାବରେ ସୁପର ସାଇକ୍ଲୋନ ରେ ଦଶ ହଜାର ଲୋକ ମରିଥିବା ବେଳେ ପ୍ରକୃତରେ ଏହା ଠାରୁ ଢେର ବେଶି ଲୋକ ମରିଥିବାର ଆଶଙ୍କା କରାଯାଏ।ଘର ଦ୍ବାର ଭାସି ଯାଇଛି।ହଜାର ହଜାର ଲୋକଙ୍କର ସୁନାର ସଂସାର ଭାଙ୍ଗିଯାଇଛି।୧୯୯୯ର ୨୯ ଅକ୍ଟୋବର, ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ଓଡ଼ିଶା ମୁହା ହୋଇ ଧାଇଁ ଆସିଛି ଏବଂ ଲେଣ୍ଡଫଲ କରିଛି ଜଗତସିଂହପୁରରେ।ଓଡ଼ିଶା ବାସୀ ଏମିତି ଏକ ପ୍ରଳୟଙ୍କାରୀ ବାତ୍ୟା ପାଇଁ ପ୍ରସ୍ତୁତ ନଥିଲେ।୩୦୦ କିମି ବେଗରେ ପବନ ବହୁଥିଲା ଏବଂ ୮ମିଟର ଉଚ୍ଚ ଜୁଆର ଉଠିଥିଲା। ପାରାଦୀପ,କୁଜଙ୍ଗ ଏବଂ ଏରସମା ବ୍ଲକ୍ ଏହି ମହାବାତ୍ୟା ରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା।କେନ୍ଦ୍ରପଡ଼ା, ଭଦ୍ରକ, ପୁରୀ ଏବଂ ଖୋର୍ଦ୍ଧା ମଧ୍ୟ ଏହା ଦ୍ଵାରା ପ୍ରଭାବିତ ହୋଇଛି।ବାତ୍ୟା ପରେ ପରେ ପୁଣି ପ୍ରବଳ ବର୍ଷା ରିଲିଫ କାମ ରେ ବାଧା ସୃଷ୍ଟି କରିଥିଲା।ସୁପର ସାଇକ୍ଲୋନ୍ ପରେ ଅନେକ ବାତ୍ୟା ଆସି ଓଡ଼ିଶା ରାଜ୍ଯର ବୁକୁ ଉପାରେ ନାଚିଚାଲିଯାଇଛନ୍ତି। ଫାଇଲିନ, ଗଞ୍ଜାମ ମାଟି କୁ ଅସ୍ତବ୍ୟସ୍ତ କରି ଯାଇଛି।ଅକ୍ଟୋବର, ୧୨ ୨୦୧୩ ତାରିଖ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଥିଲା ଫାଇଲିନ ।ଯଦିଓ ସୁପର ସାଇକ୍ଲୋନ ତୁଳନା ରେ ଏହାର ବିଭୀଷିକା କମ ରହିଥିଲା ତଥାପି ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଥିଲା।ଏହାପରେ ୨୦୧୯ ରେ ଅନ୍ୟ ଏକ ବାତ୍ୟା କୁ ଓଡ଼ିଶା ମୁକାବିଲା କରିଥିଲା ତାର ନାମ ଥିଲା ଫନି।ପାଣିପାଗ ବିଶେଷଜ୍ଞ ଏହା କୁ ଟ୍ରପିକଲ୍ ସାଇକ୍ଲୋନ ବୋଲି କୁହନ୍ତି।ମେ ଦୁଇ ତାରିଖ ରେ ଏହା ପୁରୀ ରେ ଲେଣ୍ଡଫଲ୍ କରିଥିଲା।ଏହା ପରେ ବାଂଲାଦେଶ ଅଭିମୁଖି ହୋଇଥିଲା।ଭାରତ ଏବଂ ବାଂଲାଦେଶ ରେ ତାଣ୍ଡବ ଲୀଳା ରଚିଥିଲା। ଫନି ଦ୍ଵାରା ୮୯ ଲୋକ ପ୍ରାଣ ହରାଇଥିଲେ।ଅନେକ କ୍ଷୟ କ୍ଷତି କରି ଫନି ଚାଲିଯାଇଥିଲା।ନିକଟ ରେ ଦାନା ଓଡ଼ିଶା ମାଟିକୁ ଚୁଇଁଯାଇଛି। ବାତ୍ୟା ଜନିତ ଅନୁଭୂତି ଓଡ଼ିଶାବାସୀଙ୍କୁ ଭୟବିତ କରିଛି।ରାସ୍ତା ରେ ଘରେ ପାଣି ପଶିଛି।ଲୋକ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି।ବାତ୍ୟା ଏକ ନିଶ୍ଚିତ ସଙ୍କଟ ଭାବରେ ଆଜି ଠିଆ ହୋଇଛି। ପରିବେଶ ବିଶେଷଜ୍ଞଙ୍କ ମତରେ ଏହି ଅଦିନିଆ ପୁଣି ମୁହୁର ମୁହୁର ବାତ୍ୟାର ମୁଖ୍ୟ କାରଣ ହେଲା ପ୍ରଦ୍ୟୁଷଣ। ବିଶୃଙ୍ଖଳିତ ପରିବେଶ।ବାୟୁ ମଣ୍ଡଳ ଭିତରେ ବିଭିନ୍ନ ପ୍ରକାରର କ୍ଷତିକାରକ ଗ୍ୟାସ ଜମା ହେଉଛି ଏବଂ ବାୟୁମଣ୍ଡଳର ଉତ୍ତାପ ବଢୁଛି ।ଆମ ଦେଶର ରାଜନେତା ଓ ବୁଦ୍ଧିଜୀବୀ ମାନେ ଦେଶକୁ ବଞ୍ଚାଇବା ପାଇଁ କୌଣସି ଏକ ଠୋସ କଦମ ଉଠାଇବାର ଏହା ପ୍ରକୃତ ସମୟ।ସମୁଦ୍ର କୂଳରେ ଯଦି ଝାଉଁ ଗଛ ବା କିଆ ଗଛ ଲଗାଯାଏ ତାହେଲେ ଏହି ଗଛ ଗୁଡ଼ିକ ସମୁଦ୍ର ପାଣି କୁ ସହର ରେ ବା ଗାଁ ରେ ପଶିବା ଉପରେ କିଛି କାଂଶରେ ନିୟନ୍ତ୍ରଣ କରି ପାରିବେ।ସମୁଦ୍ର ବାଲି କୁ ଧରି ରଖି ପାରିବେ।ଯେତେବେଳେ ବାତ୍ୟା ଆସୁଛି ସମୁଦ୍ର ରେ ବଡ଼ ବଡ଼ ଲହରୀ ଉଠୁଚି, ସମୁଦ୍ର କୁ ପଶୁଥିବା ନଦୀ ପାଣି ସମୁଦ୍ର ଭିତରକୁ ପଶି ପାରୁନି ବରଂ ବଡ଼ ବଡ଼ ଢେଉର ଧକ୍କା ଖାଇ ସହର ଓ ଗାଁରେ ବନ୍ୟା ସୃଷ୍ଟି କରୁଛି।ପ୍ରତି ବର୍ଷ ବାତ୍ୟାରେ ଓଡ଼ିଶାରେ କୋଟି କୋଟି ଟଙ୍କାର କ୍ଷୟ କ୍ଷତି ଦେଖିବା କୁ ମିଳୁଛି। ଯଦି ଏହି ପରି କ୍ଷୟ କ୍ଷତି ଚାଲିବ ତାହେଲେ ରାଜ୍ୟ ଆଗକୁ କିପରି ବଢିବ। ରାଜ୍ୟର ରାଜକୋଷ କେବଳ ବାତ୍ୟା ଜନିତ କ୍ଷୟ କ୍ଷତି ପୂରଣ କରିବାରେ ସରିବ।ରାଜ୍ୟ ସରକାର ଏହାକୁ ଦୃଷ୍ଟି ରେ ରଖି ଓଡ଼ିଶା ପାଇଁ କୌଣସି ସୁଦୃଢ଼ ପଦକ୍ଷେପ ନେବା ଉଚିତ।
କାଳୀ ଦାସ
ବ୍ରହ୍ମପୁର,
ଖୋଡାସିଂଙ୍ଗ କଳିଙ୍ଗନଗର,