‘ବାତ୍ୟାକୁ ହାଲୁକାରେ ନିଅନି’

ଭୁବନେଶ୍ୱର: ଆସୁଛି ବାତ୍ୟା । ଧୀରେ ଧୀରେ ଘନୀଭୂତ ହୋଇ ବଳ ଜୁଟାଉଛି । ପ୍ରାଥମିକ ଆକଳନ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ଼ ହେବା ଆଶଙ୍କା ଅଧିକ । ତେବେ ଆଇଏମଡି କଣ କହୁଛି, କେଉଁଠି ଲ୍ୟାଣ୍ଡ ଫଲ କରିବ ତାହ ଭିନ୍ନ କଥା । ଅତିରୁ ଅତି ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ବାତ୍ୟାକୁ ହାଲୁକାରେ ନିଅନ୍ତି, ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ଶ୍ରୀ ତ୍ରିପାଠୀ ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ବାତ୍ୟା ମୁକାବିଲା ନେଇ ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛି । ଆପଣମାନଙ୍କୁ ଏଭଳି ସ୍ଥିତିରେ କଣ କରିବାକୁ ପଡ଼ି କହିବା ଅନାବଶ୍ୟକ । ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି ।
ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।
ସେ କହିଥିଲେ ଯେ, ଆଇଏମଡି ସୂଚନା ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ହେବ । କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ କେଉଁଠି ଲ୍ୟାଣ୍ଡ ଫଲ କରିବ ସେ ସମ୍ପର୍କରେ ଜଣାପଡ଼ିନାହିଁ । ପଶ୍ଚିମବଙ୍ଗ, ବାଂଲାଦେଶ ବା ଅନ୍ୟ କେଉଁଠି ଲ୍ୟାଫଲ କରିପାରେ । ଯାହା ଜଣାପଡ଼ୁଛି ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ଆମେ ନିୟମିତ ଭାବେ ମନିଟରିଂ କରୁଛୁ ବୋଲି ଶ୍ରୀ ଜେନା କହିଥିଲେ ।
ଏହାଛଡ଼ା ସେ କହିଥିଲେ ଯେ, ସେଲଟର ହୋମଗୁଡ଼ିକ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଯଥେଷ୍ଟ ଅଧିକ ଯେମିତି ସେଲଟର ହୋମ ହୋଇପାରିବ କହିଛୁ । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସରପଞ୍ଚ ଓ ସ୍କୁଲ ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ । ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହ ପ୍ରାଥମିକ ଆଲୋଚନା ହୋଇଛି । ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ରାସ୍ତାଘାଟ ସଫା ଓ ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଆଜି ଠାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଥିବା ଶ୍ରୀ ଜେନା କହିଥିଲେ ।
ସେହିପରି ସମବାୟ, ଶକ୍ତି ଓ ଜଳସମ୍ପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ଆଶା କରୁଛୁ । ବାତ୍ୟା ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସମୁଦ୍ର କୂଳରୁ ୩ କିମିରେ ଥିବା ଟିଏମସିକୁ ସ୍ଥାନାନ୍ତରଣ ହୋଇପାରେ । ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଶ୍ରୀ ଜେନା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ