ବାତ୍ୟାଞ୍ଚଳରେ ପିଇବା ପାଣିର ଅଭାବ

ନୟାହାଟ (ଯୁଗାବ୍ଦ ନ୍ୟୁଜ): ନୟାହାଟ ଫାଣ୍ଡି ଅନ୍ତର୍ଗତ ୭୫ଟି ଗ୍ରାମରେ ଫାନି ବାତ୍ୟାପରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ଫାନି ପ୍ରଭାବରେ ନଳକୂପଗୁଡ଼ିକ ଅଚଳ ହୋଇପଡ଼ିଥିବାବେଳେ ଲୋକମାନେ ପାଣି ଲାଗି ୫ଶହ ମିଟର ଦୂରରୁ ପାଣି ବୋହି ଆଣୁଥିବା ଦେଖିବାକୁ ମିଳିଛି । ଖରାରେ ପିଇବା ପାଣି ବୋହୁଥିବା ଦେସ୍ଥଳୀ ପଞ୍ଚାୟତର ସିମୁଳୀ ଗ୍ରାମ ହରିଜନ ସାହିର ସୀତା ଦାସଙ୍କୁ ପଚାରିବାରୁ ସାହିରେ ଥିବା ନଳକୂପ ପାଣି ପିଇବା ଅନୁପଯୋଗୀ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ବଉଲାଙ୍ଗ ପଞ୍ଚାୟତରେ ଟ୍ୟାଙ୍କରରେ ପିଇବା ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ଈଷାଣପୁର, ସୋରଭା, ଦେସ୍ଥଳୀ, ଧୂମାଳ, ଜଙ୍ଗଲବୋରୀ ଆଦି ପଞ୍ଚାୟତରେ ବାତ୍ୟା ପରେ ପିଇବାପାଣିର ଘୋର ଅଭାବ ଦେଖାଦେଇଛି । ଯେଉଁ ଗ୍ରାମରେ ବାତ୍ୟା ପରେ ପିଇବା ପାଣି ମିଳୁନାହିଁ ସେଠାରେ ଥିବା ନଳକୂପର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ