ବାତ୍ୟା‘ଫନି’ର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବାତ୍ୟା‘ଫନି’କୁ ନେଇ ପ୍ରଭାବିତ ଜିଲାବାସୀ ବେଶ ଚିନ୍ତାରେ ଥିବା ବେଳେ ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ଏପରିପେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଗୁରବାର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାର ପ୍ରକୋପ ବୃଦ୍ଧି ପାଇଲେ ଲୋକ ମାନଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାଳୟ, ଗୋଷ୍ଠୀ କେନ୍ଦ୍ର, ଆମ ଗାଁ ଆମ ବିକାଶ ଗୃହ, ପଞ୍ଚାୟତ କାର୍ଯ୍ୟାଳୟ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୁଡିକରେ ଲୋକ ମାନଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି । ବାତ୍ୟା ସମୟରେ ଲୋକ ମାନେ ଆବଶ୍ୟକ ଖାଦ୍ୟସାମଗ୍ରୀ, ପାନୀୟ ଜଳ ଓ ଔଷଧ ଆଦିକୁ ନିଜ ପାଖରେ ରଖିବା ନେଇ ସଚେତନ କରାଯାଉଛି । ସେହିପରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଟର୍ଚ୍ଚ ଲାଇଟ, କ୍ୟାଣ୍ଡେଲ ଓ ଦିଆସିଲ ଆଦି ଆବଶ୍ୟକ ସାମଗ୍ରୀକୁ ନିଜ ପାଖରେ ରଖିବାକୁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଉଛି । ବିଶେଷକରି ବୃଦ୍ଧବୃଦ୍ଧା, ପ୍ରସୂତୀ ମହିଳା ଓ ଭିନ୍ନକ୍ଷମ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ଆଜି ଡାକବାଜି ଯନ୍ତ୍ର ସହାୟତାରେ ଲୋକ ମାନଙ୍କୁ ସଚେତନ କରାଯାଇଛି । ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିପିଓ ନିଶିକାନ୍ତ ଖୁଣ୍ଟିଆ, ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା କର୍ମଚାରୀ ନିଶାକର ଖୁଣ୍ଟିଆଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ପଞ୍ଚାୟତର ପବ୍ଲିକ ଆକ୍ସନ ଗ୍ରୁପ ଏବଂ ବିଜୁ ଯୁବ ବାହିନୀର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ