ବାତ୍ୟାରେ ଆହତ ମହିଳାଙ୍କ ମୃତ୍ୟୁ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ନିମାପଡ଼ା ବ୍ଲକ ଅନ୍ତର୍ଗତ ସଲଙ୍ଗ ପଞ୍ଚାୟତ ଭଣ୍ଟି ଗ୍ରାମର ତିଳୋତମା ବରାଳ(୬୦) ଫାନି ବାତ୍ୟାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କ ଶବକୁ ସେଠାରେ ବ୍ୟବଚ୍ଛେଦ କରାଯାଇଥିବା ବେଳେ ତାଙ୍କର ଦୁଇଟି ଚକ୍ଷୁକୁ ମେଡିକାଲକୁ ଦାନ କରିଥିବା ତାଙ୍କ ପୁଅ ପ୍ରଭାସ ବରାଳ ଜଣାଇଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।
କାନ୍ଥ ଓ ଗଛ ପଡ଼ି ଦୁଇ ଆହତ
ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): କଳାପାଞ୍ଚଣ ପଞ୍ଚାୟତ ଗଡଇଟାପୋଖରୀ ଗ୍ରାମର ସ୍ୱର୍ଗତ ଭିକାରୀ ପାତ୍ରଙ୍କ ସ୍ତ୍ରୀ ପ୍ରଫୁଲ୍ଲ ପାତ୍ର(୭୦) ଘରେ ଥିବାବେଳେ ହଠାତ୍ କାନ୍ଥ ପଡି ତାଙ୍କର ବାମ ଗୋଡ ଭାଙ୍ଗିଯାଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସେହିପରି ଭୋଦର ପଞ୍ଚାୟତ ଓରପଟ ଗ୍ରାମର ହରି ଓଝା ଘରୁ ବାହାରକୁ ବାହାରିବା ବେଳେ ନଡିଆ ଗଛ ପଡି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଉକ୍ତ ଦୁଇ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ