ବାତ୍ୟାରେ ଉଡ଼ିଗଲା ୧୦ ବଖରା ସ୍କୁଲ୍ଘର ଆଜବେଷ୍ଟସ

ନୟାହାଟ (ଯୁଗାବ୍ଦ ନ୍ୟୁଜ):ବଉଲାଙ୍ଗ ପଞ୍ଚାୟତର କୋରୁଆଳ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲର ୧୦ ବଖରା ଆଜ୍ବେଷ୍ଟସ ଘର ଫାନି ବାତ୍ୟାରେ ଉଡ଼ିଯାଇଛି । ବିଦ୍ୟାଳୟ ଖୋଲିବା ପୂର୍ବରୁ ସେଗୁଡ଼ିକ ମରାମତି ପାଇଁ ସରପଞ୍ଚ କମଳାକାନ୍ତ କୁଅଁର ପ୍ରଶାସନ ନିକଟରେ ଦାବି କରିଛନ୍ତି । ସେହିପରି ଦେସ୍ଥଳୀଠାରେ ଥିବା ପଶୁ ଚିକିତ୍ସାଳୟର ଆଜବେଷ୍ଟସ୍ ଉଡ଼ି ଯାଇଥିଲେ ବି ସେହି ଭଙ୍ଗାଘରେ କାର୍ଯ୍ୟ ଚାଲିଛି । ଈଷାଣପୁର ପଞ୍ଚାୟତର କଦମ୍ବପାଟଣାଠାରେ ଥିବା ହାଇସ୍କୁଲ ଓ ମାଇନର ସ୍କୁଲ ପାଚେରି ଫାଟି ଯାଇଛି । ଦେସ୍ଥଳି ଛକଠାରେ ଥିବା ଆମ୍ବପଡ଼ା ସରସ୍ୱତୀ ଶିଶୁ ମନ୍ଦିରର ଆଜବେଷ୍ଟସ ବାତ୍ୟାରେ ଉଡ଼ିଯାଇଛି । ବୀରତୁଙ୍ଗ ପଞ୍ଚାୟତର କଣ୍ଟି ସ୍କୁଲ୍, ଧୂମାଳ ପଞ୍ଚାୟତର ଯୋଗେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟର ଛାତ ଉଡ଼ିଯାଇଥିବାବେଳେ ପଲ୍ଲି ଛକଠାରେ ଥିବା ସତ୍ୟନାରାୟଣ ବିଦ୍ୟାପୀଠର ପାଚେରୀ ଭୁଶୁଡ଼ି ପଡ଼ିଛି । ବର୍ଷାଦିନ ପୂର୍ବରୁ ଏ ସମସ୍ତ ବିଦ୍ୟାଳୟର ଗୃହ ମରାମତି ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ