ବାତ୍ୟାରେ ରିଲିଫ ବଂଟନରେ ଅନିୟମିତତା ହେଉଥିବା ଭାଜପା ପକ୍ଷରୁ ବିଡିଓ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ:ନାଉଗାଁ ବ୍ଳକରେ ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ଜନସାଧାରଣଙ୍କୁ ଠିକ ଭାବେ ରିଲଫ ପ୍ରଦାନ କରାଯାଉ ନଥିବା ବେଳେ ରିଲିଫ ପ୍ରଦାନରେ ଅନିୟମିତତା ହେଉଥିବା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର,ଜାମୁଗାଁ ସରପଂଚ ଲଲାଟେନ୍ଦୂ ପରିଡା ଲିଖିତ ଭାବେ ବିଡିଓ ରଶ୍ମିରେଖା ମଲିକ ଓ ତହସିଲଦାର ଜେ.କଳ୍ପନା ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାର ସଠିକ ତଦନ୍ତ ନହେଲେ ଆଗାମୀ ୨୦ ମେ ୨୦୧୯ରେ ତହସିଲ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏସଂକ୍ରାନ୍ତରେ
ସେ ଜଗତସିଂହପୁର ଜିଲା ଦାୟିତ୍ୱରେ ଥିବା କମିଶନର ଶାଶ୍ୱତ ମିଶ୍ର ଙ୍କୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି । ଅଭିଯୋଗ ମୁତାବକ ଗତ ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ହିତାଧିକାରୀ ମାନଙ୍କୁ ପଲିଥିନ ମିଳୁ ନଥିବା ବେଳେ ବିଜୁ ଯୁବବାହିନୀର ଚିଠା ଅନୁସାରେ ପଲିଥିନ ବଂଟନ କରାଯାଉଛି ।ସେହିପରି ରାସନ କାର୍ଡ ପାଇବାରୁ ଅନେକ ଯୋଗ୍ୟ ହିତାଧିକାରୀ ଏହି ବ୍ଳକରୁ ବଂଚିତ ହୋଇଥିବା ବେଳେ ସେମାନଙ୍କୁ ରିଲିଫ ସାମଗ୍ରୀ ମିଳୁ ନାହିଁ । କିନ୍ତୁ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ ପାଇଥିବା ବେଳେ ରିଲିଫ ସାମଗ୍ରୀ ପାଇଛନ୍ତି । ଘର ଭାଙ୍ଗିଥିବା ଲୋକକୁ ପଲିଥିନ ମିଳୁ ନଥିବା ବେଳେଘର ନ ଭାଙ୍ଗିଥିବା ଲୋକକୁ ପଲିଥିନ ମିଳୁଛି । ମୃତ ବ୍ୟକ୍ତି ଙ୍କ ନାମରେ ରାସନ କାର୍ଡ ଥିବା ବେଳେ ସେ ରିଲିଫ ସାମଗ୍ରୀ ଉଠାଉ ଥିବା ନଜିର ରହିଛି । ବାତ୍ୟା ରେ କ୍ଷତି ଗ୍ରସ୍ତ ହୋଇଥିବା ନଡିଆ,ଗୁଆ,ଶାଗୁଆନ ବୃକ୍ଷ ସମେତ ଗୃହ ପାଳିତ ପଶୁ ଆଦିଙ୍କୁ ସଠିକ ତଦନ୍ତ କରାଯାଉ ନଥିବା ବେଳେ ବାତ୍ୟା କ୍ଷତିଗ୍ରସ୍ତ ହୋଇଥିବା କରାଯିବ ବୋଲି ଚେତାବନୀ ପ୍ରଦାନ କରାଯାଇଛି । ଏବିଷୟରେ ନାଉଗାଁ ତହସିଲଦାର ଜେ.କଳ୍ପନାକୁ ପଚାରିବାରେ କ୍ଷୟ କ୍ଷତିର ଆକଳନ ରାଜସ୍ୱ ନିରିକ୍ଷକଙ୍କ ଦ୍ୱାରା କରାଯାଉଛି । ଯେହେତୁ କର୍ମଚାରୀ କମ ଅଛନ୍ତି ତଦନ୍ତ କରିବାରେ ବିଳମ୍ବ ହେଉଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ