ବାତ୍ୟାର ଈଷାଣପୁର ପଞ୍ଚାୟତରେ କ୍ଷୟକ୍ଷତି, ମିଳିନି ରିଲିଫ୍

ନୟାହାଟ (ଯୁଗାବ୍ଦ ନ୍ୟୁଜ):ନୟାହାଟ ଫାଣ୍ଡି ଅନ୍ତର୍ଗତ ଈଷାଣପୁର ପଞ୍ଚାୟତରେ ଫାନି ବାତ୍ୟାର ଅରେଇ, ମହନିପୁର, ଡଗରାସାହି, ସିରେଇ, ଆମ୍ବପଡ଼ା, ଦେସୁଣ୍ଠି, କଦମ୍ବପାଟଣା, ମଧୁବନ, ବାଲି ଉପର ସମସ୍ତ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ କେତେକ ବିଦ୍ୟାଳୟର ଛାତ ମଧ୍ୟ ଉଡ଼ିଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଝୁଲୁଥିବାବେଳେ ସମସ୍ତ ଚାଳଛପର ଘର ନଷ୍ଟ ହୋଇଛି । ପାନ ବରଜ, ଧାନ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଅଦ୍ୟାବଧି ଲୋକଙ୍କୁ ସରକାରୀ ସାହାଯ୍ୟ ଚାଉଳ, ପଲିଥିନ, ୨ ହଜର ଟଙ୍କା ମିଳିନଥିବା କଦମ୍ବ ପାଟଣାଗ୍ରାମର ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଜଗନ୍ନାଥ ମିଶ୍ର ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ବାତ୍ୟା କ୍ଷୟକ୍ଷତି ପରିମାଣ ୧ କୋଟି ଟଙ୍କା ହେବବୋଲି ବିଜେପି ପକ୍ଷରୁ କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ