ବାତ୍ୟା ‘ଅମ୍ପନ୍‌’କୁ ନେଇ ପ୍ରଶାସନିକ ସ୍ତରରେ ପ୍ରାକ୍ ପ୍ରସ୍ତୁତି

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତି ମଧ୍ୟରେ ବାତ୍ୟା ‘ଅମ୍ପନ’ କୁ ନେଇ ସମଗ୍ର ବନ୍ତ ବ୍ଲକବାସୀ ଏବେ ଭୟଭୀତ ଥିବା ବେଳେ ଏହାକୁ ମୁକାବିଲା କରିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶନିବାର ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ପାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ଅଧିକାରୀ ଓ ସେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସେହିପରି ରବିବାର ଅନୁଷ୍ଠିତ ପ୍ରାକ୍ ପ୍ରସ୍ତୁତି ବୈଠକରେ ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ଆଇଆଇସି ମିନା ବିନ୍ଧାଣୀ, କେନ୍ଦୁଆପଦା ଫାଣ୍ଡି ଅଧିକାରୀ ବ୍ୟାସଦେବ ମହାପାତ୍ର ଉପସ୍ଥିତ ଥିଲେ । ବାତ୍ୟା ସମୟରେ ପ୍ରଭାବିତ ଲୋକ ମାନଙ୍କୁ ଥଇଥାନ କରିବା, ବିପନ୍ନ ଲୋକ ମାନଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ