ବାତ୍ୟା ‘ଅମ୍ଫାନ୍‌’ରେ କୁଡିଆ ଭାଙ୍ଗିଲା, ଖୋଲା ଆକାଶ ତଳେ ପରିବାର

ବନ୍ତ, (ଚାନ୍ଦିନୀ ମହାନ୍ତି) : ବାତ୍ୟା ‘ଅମ୍ଫାନ୍‌’ରେ ବନ୍ତ ବ୍ଲକ ବାଙ୍ଗୋରପଦୀ ଗ୍ରାମର ୩ଟି ଆଦିବାସୀ ପରିବାରର କୁଡିଆ ଘର ଭାଙ୍ଗି ଯାଇଛି । ସେମାନେ ଏବେ ଭୋକ ଉପାସରେ ଖୋଲା ଆକାଶ ତଳେ ଦିନ କାଟୁ ଥିବା ଦେଖାଯାଇଛି । ପ୍ରକାଶ ଯେ, ବାଙ୍ଗୋରପଦୀ ପୋଲ ନିକଟରେ ୩ଟି ଆଦିବାସୀ ପରିବାର କୁଡିଆ ତିଆରି କରି ରହିଆସୁଥିଲେ । ଚଳିବା ପାଇଁ ସେମାନଙ୍କର ଜମିବାଡି ନଥିବା ବେଳେ ଦିନ ମଜୁରୀ ଲାଗି ଜୀବିକା ନିର୍ବାହ କରୁଥିଲେ । ବାତ୍ୟା ‘ଅମ୍ଫାନ୍‌’ରେ ସେମାନଙ୍କର କୁଡିଆ ଘର ଭାଙ୍ଗି ଯାଇଛି । ୩ଟି ପରିବାରର ପ୍ରାୟ ୧୫ ଜଣ ସଦସ୍ୟ ଏବେ ଦୁଃଖ କଷ୍ଟରେ ଚଳୁଛନ୍ତି । ଖାଇବାକୁ ପେଟକୁ ମୁଠାଏ ଦାନା ପାଉନାହାନ୍ତି । ଏଭଳି ଘଟଣା କିଛି ସାମାଜିକ କର୍ମୀଙ୍କ ଦୃଷ୍ଟି ଗୋଚର ହୋଇଥିଲା । ବନ୍ତସ୍ଥିତ ଶାନ୍ତି ୟୁଥ୍ କ୍ଲବର ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, କାହ୍ନା ନାୟକ, ଶ୍ରୀକାନ୍ତ ନାୟକ, ମୃତ୍ୟୁଞ୍ଜୟ ସୁତାର ଘଟଣା ସଂପର୍କରେ ଜାଣିବା ପରେ ସମ୍ପୃକ୍ତ ପରିବାରକୁ ୨ ଦିନ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ଏଥିସହ ସଂପୃକ୍ତ ପରିବାରର ସଦସ୍ୟ ମାନଙ୍କୁ ସାଥିରେ ଧରି ବିଡିଓଙ୍କ ପାଖରେ ପହଞ୍ଚାଇଛନ୍ତି । ବ୍ଲକ ପ୍ରଶାସନ ଏସଂପର୍କରେ ଅବଗତ ହୋଇଥିଲେ ମଧ୍ୟ ସଂପୃକ୍ତ ପରିବାରଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ତେବେ ଜିଲ୍ଲା ପ୍ରଶାସନ ସଂପୃକ୍ତ ପରିବାରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ