ବାତ୍ୟା ଅସନି ର ପ୍ରଭାବ : ସମୁଦ୍ର ଅଶାନ୍ତ ସାଙ୍ଗକୁ ଲଗାଣ ବର୍ଷା ଜାରି 

ନିମାପଡା, (ସନ୍ତୋଷ ଦାଶ) :-ବାତ୍ୟା ଅସନି ଉପକୂଳ ମୁହାଁ ହୋଇଥିବାରୁ ଏହାର ପ୍ରଭାବରେ ପୁରୀ ଜିଲ୍ଲା ଅଞ୍ଚଳ ରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଆଜି
ଉପକୂଳ ଅଞ୍ଚଳରେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି । ବାତ୍ୟା ଆଶଙ୍କାରେ ଉପକୂଳ ଅଞ୍ଚଳ ର ଚାଷୀ ମାନେ ବିଲରୁ ସମ୍ପୂର୍ଣ ପାଚିନଥିବା ଧାନ ଓ ପାକଳ ହୋଇନଥିବା ବିରି, ମୁଗ, କୋଳଥ ପ୍ରଭୁତି ରବି ଫସଲ କାଟି ପକାଇଛନ୍ତି । ଏହି ଅଞ୍ଚଳ ରେ ହୋଇଥିବା ପନିପରିବା ଚାଷ ସବୁ କ୍ଷତିଗ୍ରସ୍ତ ହେବା ର ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷା ଓ ପବନ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ସଜାଗ ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳ ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରଖାଯାଇଛି । ଓଡ୍ରାଫ୍ଟ ଟିମ୍ ବି ଜିଲ୍ଳା ର ସମ୍ବେଦନ ସ୍ଥାନ ଅସ୍ତରଙ୍ଗ ଓ ଗୋପ ବ୍ଲକ ଠାରେ ସଜାଗ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ