ବାତ୍ୟା ଛଡାଇ ନେଲା ବର୍ଷକର ଭାତହାଣ୍ଡି
ବାଲିକୁଦା, (ପିତବାସ ପ୍ରଧାନ):ବାତ୍ୟା ‘ଜୱାଦ୍’ ଓଡ଼ିଶା ଉପକୂଳରୁ ଦୂରେଇ ଯାଇଥିଲେ ବି ଏହାର ପ୍ରଭାବରେ ସମଗ୍ର ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକରେ ପ୍ରବଳ ବର୍ଷା ଫଳରେ ପାଚିଲା ଧାନ କିଆରିରେ ଆଣ୍ଠିଏ ଆଣ୍ଠିଏା ପାଣି ଜମି ରହିଛି।ଅମଳ ସମୟ ହୋଇଥିବାରୁ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି। ବାଲିକୁଦା ବ୍ଲକରେ ହେକ୍ଟର ହେକ୍ଟର ଜମିରୁ ଧାନ ଅମଳ ହୋଇ ପାରିନାହି। ଫଳରେ ଚାଷୀ ମାନଙ୍କ ଦୁଃଖ କହିଲେ ନ ସରେ। ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ। ଉଜୁଡ଼ି ଯାଇଛି ବର୍ଷକର ଭାତହାଣ୍ଡି। ସେତିକିରେବି ଦୁଃଖ ସରିନି। ପନିପରିବା ଫସଲବି ନଷ୍ଟ ହୋଇଯାଇଛି।। ଚାଷୀକୁଳ ଏବେ ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ସରକାର ଯଥା ଶୀଘ୍ର କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଜନ ସାଧାରଣରେ ଦାବୀ ହେଉଛି।