ବାତ୍ୟା ଛଡାଇ ନେଲା ବାସଗୃହ, ବିଦ୍ୟାଳୟରେ କଟୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ବିପନ୍ନ ପରିବାର

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗତ ଶୁକ୍ରବାର ସମଗ୍ର ବନ୍ତ ବ୍ଲକରେ ବାତ୍ୟା ‘ଫନି’ର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବହୁ ପରିବାର ନିଜର ବାସଗୃହ ହରାଇ ପରଘରେ ଜୀବନ ବିତାଉଛନ୍ତି । ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ତଦନ୍ତ କରାଯାଇ ନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ଗଣ୍ଡକୁରା ଗ୍ରାମର ଅନନ୍ତ ବାରିକ ବାତ୍ୟାରେ ନିଜର ବାସଗୃହକୁ ହରାଇ ବେସାହାରା ହୋଇଛନ୍ତି । ବାତ୍ୟା ଦିନ ପରିବାରଲୋକେ ପଡୋଶୀଙ୍କ ଘରେ ମୁଣ୍ଡ ଗୁଞ୍ଜି ଥିବା ବେଳେ ଏବେ ନିକଟସ୍ଥ ବିଦ୍ୟାଳୟରେ ରହୁଛନ୍ତି । ସେହିପରି ଗାଈ, ଗୋରୁ ଗୁଡିକ ଖୋଲା ଆକାଶ ତଳେ ପଡିଛନ୍ତି । ଉକ୍ତ ପରିବାରଟି ଦାରିଦ୍ୟ ସୀମାରେଖା ତଳେ ହୋଇଥିବାରୁ ନୂଆ ଘର ଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଏପରିପେକ୍ଷୀରେ ତାଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଏନେଇ ସେ ସରପଞ୍ଚ ଓ ରାଜସ୍ୱ ନୀରିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ