ବାତ୍ୟା \”ଦାନା\” ର ମୁକାବିଲା କରିବା ପାଇଁ ଜିଲ୍ଲା ବିଜେପି ପ୍ରସ୍ତୁତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ ଜିଲ୍ଲା ବିଜେପି ବାତ୍ୟା \”ଦାନା\” ର ମୁକାବିଲା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ପ୍ରଶାସନ ସହିତ ତାଳମେଳ ରଖି ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଯୋଜନା ଚୁଡାନ୍ତ କରାଯାଇଅଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ତାଙ୍କ ପାଇଁ ଆବଶ୍ୟକୀୟ ସାଧନାର ବନ୍ଦୋବସ୍ତ କରିବା, ବିଶେଷକରି ମହିଳା, ଶିଶୁ, ଦିବ୍ୟାଙ୍ଗ, ବୟସ୍କ, ରୋଗାକ୍ରାନ୍ତ ଲୋକଙ୍କ ପାଇଁ ବିଶେଷ ଗୁରୁତ୍ବ ଦେବାକୁ ଦଳୀୟ ନିର୍ଦେଶ ରହିଛି। ଏଥି ନିମନ୍ତେ ଦଳ ପକ୍ଷରୁ ଜିଲ୍ଲାର ଚାରୋଟି ମୋବାଇଲ ନମ୍ବର ସହାୟତା ପାଇଁ ଉପଲବ୍ଧ କରାଯାଇଛି ୭୯୭୮୨୩୯୧୯୨, ୯୩୩୮୦୦୩୪୩୮, ୭୦୦୮୩୩୭୯୩୯, ୯୮୬୧୪୫୩୮୫୭ ଓ ରାଜ୍ୟ ପକ୍ଷରୁ ୦୬୭୪୨୩୯୩୯୮୪ ହେଲ୍ପଲାଇନ ନମ୍ୱର ଦିଆଯାଇଛି। ଅଯଥା ଭୟଭୀତ ନହୋଇ ସରକାରଙ୍କ ସୂଚନା ମୂତାଵକ ନିର୍ଦେଶ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଦଳ ପକ୍ଷରୁ ନିବେଦନ କରାଯାଇଛି। ଜିଲ୍ଲାର ସମସ୍ତ କାର‌୍ୟ୍ୟକର୍ତ୍ତାଙ୍କୁ ବାତ୍ୟାର ବିପତ୍ତି ନ\’ଟଳିବା ପର‌୍ୟ୍ୟନ୍ତ ସଜାଗ ରହି ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି। ନିଜ ନିଜ ଅଞ୍ଚଳରେ ଅସୁରକ୍ଷିତ ସ୍ଥାନରେ ବା କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ବୁଲା ପଶୁ ମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେବାକୁ ଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ