ବାତ୍ୟା “ଦାନା” ଲାଗି ଚିନ୍ତାରେ ଚାଷୀ

ଶେରଗଡ, (ଅନୀଲ କୁମାର ପଣ୍ଡା):ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସ୍ବାଭାବିକ ପାଣିପାଗ ଏବେ ଶେରଗଡ ବ୍ଲକର ଚାଷୀ ଙ୍କୁ ଏବେ ଅଡ଼ୁଆ ସ୍ଥିତି ଭିତରକୁ ଠେଲି ଦେଈଛି। ଦିନ କୁ ଦିନ ବର୍ଷା ର ପରିମାଣ କମୁଛି। ସ୍ଥିତି ଏମିତି ଯେ,ଖରିଫ ଚାଷ ନଷ୍ଟ ହେବା ଉପରେ। ଶେରଗଡ ବ୍ଲକ ରେ ଚାଷୀ ନିଅଣ୍ଟିଆ ବର୍ଷା ର ମୁକାବିଲା କରି ଚାଷ ବଞ୍ଚାଈବାକୁ ସଂଘର୍ଷ ଜାରି ରଖିଥିବା ବେଳେ ଜବା ରୋଗ ପୋକର ଚିନ୍ତା, ଏଭଳି ସ୍ଥିତିରେ ଆଗକୁ ବଡ ବାତ୍ୟା ଦାନା ଚାଷୀଙ୍କ ଚିନ୍ତା ବଢାଇ ଦେଈଛି। ଅନ୍ୟ ପଟେ ଧାନ ହେଉ କିମ୍ବା ପନିପରିବା, ସବୁ କ୍ଷେତ୍ରରେ ଚାଷୀ ଙ୍କୁ ଚିନ୍ତା ଘାରିଛି। ଶୀତ ଦିନରେ ତାପମାତ୍ରା ୩୦ ରୁ ୩୫ ଡିଗ୍ରୀ ଉପରେ ରହୁଥିବା ରୁ ପ୍ରବଳ ଗରମ ଅନୁଭୂତ ହେଉଛି। ଗୋଟିଏ ପଟେ ପାଣି ଅଭାବ ରୁ ଜମି ଫାଟି ଆଁ କଲାଣି। ସମ୍ଭାବ୍ୟ ବାତ୍ୟା ଦାନା ଯଦି ବର୍ଷା ସାଙ୍ଗକୁ ପବନ କିମ୍ବା ଝଡି ବର୍ଷା ହେଲେ ଫଳନ୍ତି ଧାନ ଝଡିଯିବ। ତେଣୁ ଚାଷୀ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି। ଯେନତେନ ପ୍ରକାରେ ଚାଷୀ ଫସଲକୁ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ସମ୍ଭାବ୍ୟ ବାତ୍ୟା ଦାନା ପୁଣି ଚାଷୀ କୂଳ ଲାଗି ବଡ ସମସ୍ୟା ଭାବେ ଉଭା ହୋଇଛି। ଦାନା ର ପ୍ରକୋପ କଣ ରହିବ, ସେଥିଲାଗି ଚାଷୀମାନେ ଚିନ୍ତାରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ