ବାତ୍ୟା ଦାନା ସମୟରେ ମଧ୍ୟ୍ୟ ଚୋରି

ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଜାଲଦା ପଞ୍ଚାୟତରେ। ଦେଉଳି ଗ୍ରାମର ପ୍ରଶାନ୍ତ ମହାନ୍ତଙ୍କ ଘର ନିର୍ମାଣାଧୀନ ରହିଥିବାରୁ ପଡୋଶୀ ଘରେ ଛୋଟ ଛୁଆ ଦୁଇଟିକୁ ନେଇ ସ୍ୱାମୀ ସ୍ତ୍ରୀ ରାତ୍ରିରେ ଆଶ୍ରୟ ନେଇଥିଲେ ବାତ୍ୟା ଦାଉରୁ ରକ୍ଷା ପାଇବା ପାଇଁ ହେଲେ ସକାଳୁ ଉଠି ଦେଖିବା ପରେ ଭଙ୍ଗା ଘରର ପଛପଟ ଭାଙ୍ଗି ଘରକୁ ପଶି ଚୋର ଆଲମିରା ଭାଙ୍ଗି ସୁନା କାନଫୁଲ ଦୁଇ ହଳ,ଛୁଆର ସୁନା ପଦୁକ ଗୋଟିଏ, ରୁପା ହାର ଗୋଟିଏ, ପାଉଁଜି ତିନି ହଳ, ନାକ ଫୁଲି ଚାରିଟା, ଝୁଣ୍ଟିଆ ପାଞ୍ଚ ହଳ, ଏବଂ ଘର ନିର୍ମାଣ କରିବା ପାଇଁ ଧାର କରଜ କରିବା ସହ ସୁଭଦ୍ରା ଟଙ୍କା ମିଶାଇ ରଖାଯାଇଥିବା ୪୦ହାଜର ଟଙ୍କା ସହ ଆସବାବପତ୍ର ଚୋରୀ ହୋଇଥିବା ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ମହାନ୍ତ। ସେହିପରି ଦେଉଳି ଗ୍ରାମର ବିନୋଦ ଚନ୍ଦ୍ର ମହାନ୍ତଙ୍କ ଘରେ ଗତକାଲି ରାତିରେ ଚୋର ଚୋରୀ ଉଦ୍ୟମ କରିଥିଲେ। ହେଲେ ତାଙ୍କ ସାନଭାଇ ଉପରେ ହଟାତ ଟ୍ରଚ ଲାଇଟ ପଡିବାରୁ ସେ ଉଠି ଦେଖିଥିଲେ ଅନ୍ୟ କେହି ଘରେ ପଶିଥିଲେ। ବାହାରକୁ ଯାଇ ଦେଖିବାରୁ ବାହାରପଟୁ କବାଟ ତାଲା ଭଙ୍ଗା ଯାଇଛି ସେତେବେଳକୁ ରାତି ୧.୩୦ହୋଇଥାଏ । ଚୋରର ଉଦ୍ୟମ ବିଫଳ ହୋଇଥଲା। ସେହିପରି ଦେଉଳି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରେ ମଧ୍ଯ ଚୋରୀ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଚନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ କଣ ପଦକ୍ଷ୍ୟପ ନେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ