ବାତ୍ୟା ନିରୋଧକ ଗୃହର ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡିଆରପି ଗୃହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଛତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା, ଗଂଜାମ ଓ ଖଲିକୋଟ ବ୍ଲକରେ ବିଶ୍ୱ ବ୍ୟାଙ୍କ ସହାୟିତାରେ ୧୬୨୦୦ଟି ବାତ୍ୟା ନିରୋଧକ ଗୃହ ନିର୍ମାଣ କରାଯାଇଛି । ଏହି ସମସ୍ତ ବ୍ଲକରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ବହୁ ହିତାଧିକାରୀ ବସବାସ କରୁନଥିବା ବୈଠକରେ ଆଲୋଚନା ହୋଇଛି । ଏହି ସମସ୍ତ ବାତ୍ୟା ନିରୋଧକ ଗୃହର ସ୍ଥିତି ସଂପର୍କରେ ଓଏସଡମାର ସିଜିଏମ ସତ୍ୟରଂଜନ ସାହୁ, ଜିଏମ ସସ୍ମିତା ବେହେରା ଓ ସିଜିଏମ (ଅର୍ଥ) ଆର .ଏନ . ଆଚାର୍ଯ୍ୟ ଉପସ୍ଥିତ ରହି ସମୀକ୍ଷା କରିଥିଲେ । ରଙ୍ଗେଇଲୁଣ୍ଡା ବ୍ଲକର ନୂଆ ଗୋଳାବନ୍ଧର ୯୯୦ଟି ବାତ୍ୟାନିରୋଧକ ଗୃହରେ ହିତାଧିକାରୀ ରହୁନଥିବା ବୈଠକରୁ ଜଣାପଡିଛି । ଜିଲ୍ଲାସ୍ତରରେ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ବାତ୍ୟା ନିରୋଧକ କଲୋନୀର ସମସ୍ତ ଭିତ୍ତି ଭୂମୀ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ବ୍ଲକସ୍ତରରେ ନଭେମ୍ବର ୧୫ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଓଏସଡମା ସିଜିଏମ ଶ୍ରୀ ସାହୁ ଜିଲ୍ଲାର ଚିକିଟି , ରଙ୍ଗେଇଲୁଣ୍ଡା ଓ ଖଲିକୋଟ ବ୍ଲକର ବିଭିନ୍ନ ବାତ୍ୟା ନିରୋଧକ କଲୋନୀ ବୁଲି ଭିତ୍ତିଭୂମିର ତଦାରଖ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ନିର୍ବାହୀଯନ୍ତ୍ରୀ ଦିଲ୍ଲୀପ ବେହେରା ଓ ମୋନିକା ମୋନାଲି ମାନସିଂଙ୍କ ସମେତ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ