ବାତ୍ୟା ପାଇଁ ବଞ୍ଚୋ ପଞ୍ଚାୟତରେ ପ୍ରସ୍ତୁତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ବାତ୍ୟା ” ଦାନା ” ର ସଫଳ ମୁକାବିଲା କରିବା ନିମନ୍ତେ ବଞ୍ଚୋ ପଞ୍ଚାୟତରେ ସରପଞ୍ଚ, ୱାର୍ଡସଭ୍ୟ, ସ୍ଵେଚ୍ଛାସେବୀ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ନିରୀକ୍ଷକ ଦୀପ୍ତିମୟୀ ସାହୁ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରିଣୀ ମିନତୀ ଜେନା, ପଶୁ ଚିକିତ୍ସକ ଡାକ୍ତର ମୁକେଶ ଦଳେଇ ପ୍ରମୁଖ ଯୋଗଦେଇ ପ୍ରଶାସନ ପକ୍ଷରୁ ଯେଉଁ ସତର୍କତାମୂଳକ ପଦକ୍ଷେପ ନେଇପାଇଁ ଯାହା ସବୁ ସୁଚ଼ନା ଦିଆଯାଇଛି ସେ ସବୁ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ । ଅଧିକ ବର୍ଷା ହେଲେ ତଳୁଆ ଅଞ୍ଚଳରେ ଥିବା ଓ ଅସୁରକ୍ଷିତ ଘରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ବ୍ୟବସ୍ଥା କରାଇବାକୁ ନିଷ୍ପତି ନିଆଯାଇ ଥିଲା। ଲୋକମାନଙ୍କୁ ବାତ୍ୟାରେ ଭୟଭୀତ ନ ହୋଇ ସତର୍କତା ରହିବା ପାଇଁ ପରାମର୍ଶ ଦେଇଥିଲେ l ସରପଞ୍ଚଙ୍କ ତତ୍ୟବଧନରେ ଏକ ବାତ୍ୟା ସହାୟକ କମିଟି ଗଠନ କରାଯାଇଛି। ଏହି ବୈଠକରେ ଆଶା ସଞ୍ଜୁଲତା ମୁଦୁଲି, ମାଳତୀ ଜେନା, ମନୋରମା ଜେନା, ସନ୍ଧ୍ୟାରାଣି ଦେହୁରି ଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ଜୟଶ୍ରୀ ନାୟକ, ମଞ୍ଜୁଲତା ବରାଳ, ସସ୍ମିତା ନାୟକ, ଗୀତାଞ୍ଜଳି ବରାଳ, ଲକ୍ଷ୍ମୀପ୍ରିୟା ରାଉତ, ମଞ୍ଜୁଲତା ଜେନା, ପୁଷ୍ପିତା ମହାନ୍ତି, ପ୍ରମିଳା ବରାଳ, ଲିପିକା ମିଶ୍ର, ୱାର୍ଡ ସଭ୍ୟ ହୃଷୀକେଶ ପରିଡ଼ା, ବାସନ୍ତୀ ବେହେରା, ଅଲେଖ ବେହେରା, ଶ୍ରୀକାନ୍ତ ଜେନା, ବାସନ୍ତୀ ବେହେରା, ଅରୁଣ ବେହେରା, ବଳରାମ ମିଶ୍ର, ରବୀନ୍ଦ୍ର ପ୍ରଧାନ, ମଦନ ମୋହନ ଗିରି, ବିଷ୍ଣୁ ମହାନ୍ତି, ହରେକୃଷ୍ଣ ଜେନା, ନରେନ୍ଦ୍ର ପରିଡ଼ା , ଅଭିମନ୍ୟୁ ଖଣ୍ଡା, ସୁରେନ୍ଦ୍ର ଜେନା, ଅଶୋକ ମହାନ୍ତି, ସଂଗ୍ରାମ କୁମାର ବେହେରା, ବାୟା ରଣା, ବାବୁ ଓଝା, ଘନଶ୍ୟାମ ଖଣ୍ଡା, ଆନନ୍ଦ ଜେନା, ସୁଦାମ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ