ବାତ୍ୟା ପିଡିତଙ୍କ ନିମନ୍ତେ ୨ଟ୍ରକ ପାଣି ବୋତଲ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ

ବ୍ରହ୍ମପର (ଯୁଗାବ୍ଦ ନ୍ୟୁଜ)ବ୍ରହ୍ମପର ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଫନି ବାତ୍ୟା ପିଡୀତଙ୍କୁ ପାନୀୟ ଜଳ ବ୍ୟବସ୍ଥା ନମନ୍ତେ ୨ଟି ଟ୍ରକ ଭ୍ର୍ତ୍ତୀ ୧୯ ହଜାରରୁ ଉର୍ଧ ୧ ଲିଟର ପାଣି ବୋତଲ ପଠାଯାଇଛି । ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଡିଜିଏମ ସୁନିଲ କେ କାଇନାର , ରେଜିନାଲ ମ୍ୟାଜେଜର ହରିହର ପଟ୍ଟନାୟକ, ଚିଫ ମ୍ୟାନେଜର ଏଚଆର ସବ୍ୟସଚୀ ଆଚାର୍ଯ୍ୟ, ରିଜିନାଲ ମ୍ୟାନେଜର -୬ କାଶୀ ବିଶ୍ୱନାଥ ଦାସ, ଅଫିସର ସଂଘ ଜୋନାଲ ସଂପାଦକ ସୋମନାଥ ନନ୍ଦ, କ୍ଲରିକାଲ ସଂଘ ସଂପାଦକ ଶେଷ କୁମାର ଙ୍କ ଉପସ୍ଥିତିରେ ଛତ୍ରପୁର ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲେଙ୍ଗେ, ବରିଷ୍ଠ ରାଜ୍ୟ ପ୍ରଶାସନିକ ଅଧିକାରୀ ସବ୍ୟସଚୀ ହୋତା ଙ୍କ ଉପସ୍ଥିିତିରେ ପ୍ରଦାନ କରିଥିଲେ । ଏପରି ଅନାନ୍ୟ ଅତ୍ୟାବଶ୍ୟକୀୟ ସ।।ମଗ୍ରାୀ ବାତ୍ୟା ପିିଡୀତଙ୍କ ନିମିତ୍ତ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଭବିଷ୍ୟତରେ ପ୍ରଦାନ କରାଯିିବ ବୋଲି ବ୍ୟାଙ୍କ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସୁଚନନୁସାରେ ପାନୀୟ ଜଳ ବୋତଲକୁ ପୁୁରୀ ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଥିବା ଜଣାପଡଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ