ବାତ୍ୟା ପୀଡିତ ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ
କଟକ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ବହୁବିଧ ସେବାରେ ବ୍ରତୀ ସାମାଜିକ ସଂଗଠନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ପାଞ୍ଚାୟତର ବରାଡିଆ ଗ୍ରାମରେ ଦିବ୍ୟାଙ୍ଗ ସୁମତି ବିଶ୍ବାଳ ବସବାସ କରନ୍ତି । ସେ ଜନ୍ମରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ସେ ମଧ୍ୟ ବାପ ଛେଉଣ୍ଡ । ମା’ଙ୍କ ବୟସ ପାଖାପାଖି ୮୦ ବର୍ଷ । ଚାଳ ଛପର ଘରେ ନଇଁ ନଇଁ ଯିବାକୁ ହୁଏ । ଗତ ଦାନା ବାତ୍ୟାରେ ଚାଳ ଛପର ଖସି ଯିବାରୁ ଘରେ ପାଣି ପଶି ସବୁ ଯାଗାରେ । ରୋଷେଇ ପାଇଁ ଯାଗା ନାହିଁ । ତଳେ ବାଲି ପକାଇ ତା ଉପରେ ପାଲ ପକାଇ ମା’ ଓ ଦିବ୍ୟାଙ୍ଗ ଝିଅ ରହୁଛନ୍ତି । ଏହି ଖବର ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ତା ପରଦିନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ସୁମତିଙ୍କ ଘରେ ପହଞ୍ଚି ଥିଲେ । ତାଙ୍କ ଘର ପାଇଁ ପାଲ,ମା’ଙ୍କ ପାଇଁ ଶାଢ଼ୀ,ଝିଅର ଡ୍ରେସ ଓ ଏକ ମାସର ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । ଏହି ସହଯୋଗ ଧର୍ମୀ କାର୍ଯ୍ୟକ୍ରମରେ ସହଯୋଗୀ ବ୍ୟକ୍ତି ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି,ଟ୍ରଷ୍ଟର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ଅନୁଗୁଳ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ଦାଶ,ଜୟନ୍ତ କୁମାର ମଲ୍ଲିକ,ନରେଶ କୁମାର ଜେନା, ମାନସ କୁମାର ପାତ୍ର,ଦୀପକ କୁମାର ସ୍ବାଇଁ,ପ୍ରଫୁଲ୍ଲ ଦାସ ଓ ନିହାର ରଞ୍ଜନ ସାହୁ ପ୍ରମୁଖ ।