ବାତ୍ୟା ପୂର୍ବରୁ ଆକାଶର ରଙ୍ଗକୁ ନେଇ ଚର୍ଚ୍ଚା
ନିମାପଡ଼ା,(ସନ୍ତୋଷ ଦାଶ):ବାତ୍ୟା ଦାନା ଏବେ ସମୁଦ୍ର ରୁ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଏ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଆଜି ଆକାଶ ର ରଙ୍ଗ କୁ ନେଇ ସେହି ଚର୍ଚ୍ଚା ଜୋର ଧରିଛି ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ରେ। ଏହି ଅଞ୍ଚଳ ରେ ପାଗ ପରିବର୍ତ୍ତନ ହୋଇ ଆକାଶ ମେଘାର୍ଛନ ହୋଇପଡ଼ିଥିଲା। ତେବେ ସଂଧ୍ୟା ବେଳେ ଆକାଶ ହଠାତ ନାଲି ରଙ୍ଗ ରେ ରଙ୍ଗୀନ ହୋଇ ଉଠିଥିଲା। ଏହାକୁ ନେଇ ନୟାହାଟ ଅଞ୍ଚଳ ରେ ବିଭିନ୍ନ ଚର୍ଚ୍ଚା ହୋଇଥିଲା। କିଏ କହିଥିଲା ବର୍ଷା ଜୋର ହବ ତ ଆଉ କେହି କହିଥିଲେ ବାତ୍ୟା ଜୋର ହେବ। ନାଲି ରଙ୍ଗ ର ଆକାଶ ଦେଖିବାକୁ ସମସ୍ତେ ଆଗଭର ହୋଇ ଉଠିଥିଲେ। ବାତ୍ୟା ଦାନା କୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ଆକାଶ ନାଲି ରଙ୍ଗ ହୋଇଯିବା ର ଚର୍ଚ୍ଚା ତାକୁ ବଢ଼ି ଯାଇଥିଲା।