ବାତ୍ୟା ପ୍ରପିଡିତ ଙ୍କ ପାଇଁ ହ୍ୟୁଣ୍ଡାଇର ରିଲିଫ ଟାସ୍କ ଫୋର୍ସ ଗଠନ

ଦେଶର ଦ୍ୱିତୀୟ ବୃହତ କାର ଉତ୍ପାଦନକାରୀ ଓ ସର୍ବାଧିକ ରପ୍ତାନିକାରୀ ହୁଣ୍ଡାଇ ମୋଟର୍ସ ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରତିଷ୍ଠିତ ଉପୋଭୋକ୍ତା ଙ୍କ ପାଇଁ ଏକ ରିଲିଫ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିପାଇଁ ହୁଣ୍ଡାଇ ପକ୍ଷରୁ ଜରୁରୀ କାଳିନ ରୋଡ ସର୍ଭିସ ଟିମ ସହ ୨୬ ଟି ଫ୍ଲାଟବେଡ ଟ୍ରକ ଓ ୨୧ ଟି ଟୋଓି୍ୱଙ୍ଗ ଟ୍ରକ ନିୟୋଜନ କରାଯାଇଛି ।ଓଡ଼ିଶା ଓ ପଶ୍ଚିମବଙ୍ଗ ରେ ରିଲିଫ କାର୍ଯ୍ୟର ସୁଚନା ଦେଇ ଶ୍ରୀ ଏସ୍ ପୁନ୍ନିଆଭନମ, ଭାଇସ ପ୍ରେସିଡେଣ୍ଟ, ଗ୍ରାହକ ସେବା କହିଛନ୍ତି “ଏକ ଦୟୀତ୍ୱବାନ କର୍ପୋରେଟ ନାଗରିକ ଭାବେ ହୁଣ୍ଡାଇ ବାତ୍ୟା ପ୍ରପିଡିତ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପୋଭୋକ୍ତା ଙ୍କ ସହାୟତା ପାଇଁ ଆଗେଇ ଆସିଛି” । ଏହି ସର୍ଭିସ ସବୁଠାରେ ଉପଲବ୍ଧ କରାଇବା ପାଇଁ ହୁଣ୍ଡାଇ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ୦୧୨୪-୪୩୪୩୯୩୭ ଜାରି କରାଯାଇଛି । ଏଥିପାଇଁ ୪୦ରୁ ଉର୍ଦ୍ଧ ଟେକନିସିଆନ ଙ୍କୁ ନିୟୋଜିତ କାରାଯାଇଛି । ଏତଦ୍ବ୍ୟତିତ ବାତ୍ୟା କ୍ଷତିଗ୍ରସ୍ତ ହୁଣ୍ଡାଇ ଗାଡି ଗୁଡିକ ପାଇଁ ରିହାତି ମୁଲ୍ୟରେ ପାର୍ଟସ ଏବଂ ରିପ୍ୟାରିଂ ଉପଲବ୍ଧ କରାଯାଇଛି । ତା ଛଡା ଇନସୁରାନ୍ସ ରେ ୫୦% ରିହାତି ମଧ୍ୟ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ