ବାତ୍ୟା ପ୍ରଭାବିତ ଆଦିବାସୀ ପଲ୍ଲୀରେ ସ୍ୱାସ୍ଥ୍ୟ ଶିବିର
ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ): ସାମୁଦ୍ରିକ ବାତ୍ୟା ଫନି ର ମାଡ଼ରେ ଉଜୁଡ଼ି ଯାଇଥିଲା ଆଦିବାସୀ ପଲ୍ଲୀ
କନ୍ଦଳେଇ । ରାଜଧାନୀ ଉପକଣ୍ଠ ଏହି ପଲ୍ଲୀରେ ପ୍ରତ୍ୟେକଙ୍କ ·ଳଘର ସାଙ୍ଗକୁ ଘର ·ରିପଟେ ବିଶାଳକାୟ
ଗଛ ଥିବାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଗ୍ରାମବାସୀ । ମାନସିକ ·ପ, ଅତିରିକ୍ତ ଶାରୀରିକ ପରିଶ୍ରମ ଓ
ଖାଦ୍ୟାଭ୍ୟାସରେ ହଠାତ୍ ପରିବର୍ତ୍ତନ ସାଙ୍ଗକୁ ପ୍ରଦ୍ୟୁଷିତ ପାଣି କାରଣରୁ ଲୋକଙ୍କୁ ରୋଗ ହେବାର ସମ୍ଭାବନା
ସୃଷ୍ଟି ହୋଇଥିଲା । ଏପରିସ୍ଥଳେ ସହଯୋଗର ହାତ ବଢାଇ ଦେଇଥିଲା ନୂଆଦିଲ୍ଲୀର ‘ଆଶ୍ରା’ ନାମକ
ସାମାଜିକ ସଂଗଠନ । ସମ୍ପୃକ୍ତ ସଂଗଠନ ପକ୍ଷରୁ କନ୍ଦଳେଇରେ ଆୟୋଜିତ ହୋଇଥିଲା ସ୍ୱାସ୍ଥ୍ୟ ଚିକିତ୍ସା ଓ
ପରୀକ୍ଷଣ ଶିବିର । ଭେଷଜ ବିଭାଗର ଡ଼ାକ୍ତର ଜୟକୃଷ୍ଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ
ପରୀକ୍ଷା କରାଯାଇଥିଲା । ଆବଶ୍ୟକ ପଡ଼ୁଥିବା ଔଷଧପତ୍ର ବିତରଣ କରାଯାଇଥିଲା । ସାମାଜିକ କର୍ମୀ
ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଆଶ୍ରାର ନିର୍ଦ୍ଦେଶକ ଶୁଭଜିତ ସାହୁ, ଉପସଭାପତି
ପ୍ରଶାନ୍ତ କୁମାର ଘଡ଼ାଇ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ,
ଗୋପୀମୋହନ ପଟ୍ଟନାୟକ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପମୁଖ ଶିବିର
ପରି·ଳନାରେ ସହଯୋଗ କରିଥିଲେ । ଉପସ୍ଥିତ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସଚେତନତା କରାଯାଇଥିଲା ।


