ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ଗୋପବନ୍ଧୁ ସେବା ପରିଷଦ ଦ୍ୱାରା କାସା ସହଯୋଗରେ ଗତ ୬ ତାରିଖ ଦିନ ନିମାପଡ଼ା ବ୍ଲକ୍ ଅଧିନ ଉଛୁପୁର ଓ ନୂଆସନ୍ଥ ପଞ୍ଚାୟତର ୪୧୫ଟି ଦଳିତ ବର୍ଗ ପରିବାରକୁ ମସିଣା, ମଶାରୀ, ବେଡ୍ସିଟ୍, ଆଳୁ, ପିଆଜ, ଖାଇବା ତେଲ, ଡାଲିଚାଉଲ, ଦିଆସିଲି ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାସାର ସଂଯୋଜିକା ଇନାକ୍ଷୀ ପାତ୍ର, ନୂଆସନ୍ଥ ସରପଞ୍ଚ ଉର୍ମିଳା ଷଡ଼ଙ୍ଗୀ, ଗୋପବନ୍ଧୁ ସେବା ପରିଷଦ ତରଫରୁ ପ୍ରଦୀପ କୁମାର ମହାରଣା, ମନୋରଞ୍ଜନ ଚମ୍ପତ୍ତି, ସୌମ୍ୟରଞ୍ଜନ ପାତ୍ର, ସମିତା ରଥ ପ୍ରମୁଖ ଯୋଗ ଦେଇଥିଲେ । ଭଗବତୀ ପାଠାଗାରର ଅଶୋକ କୁମାର ଦାସ, ଶରତ ଚନ୍ଦ୍ର ଦାଶ ଓ କୁବେର ନାଥ ପ୍ରମୁଖ ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ ।


