ବାତ୍ୟା ମୃତକଙ୍କ ପରିବାରକୁ ୮ ଲକ୍ଷର ଚେକ୍ ପ୍ରଦାନ

ଡେଲାଙ୍ଗ (ଯୁଗାବ୍ଦନ୍ୟୁଜ): ଫାନି ବାତ୍ୟାରେ ଜେନାପୁର ପଞ୍ଚାୟତ ପୋଷଲ ଆର୍ଆଇ ସର୍କଲ ଅନ୍ତର୍ଗତ ସାଦପଡ଼ା ଗ୍ରାମରେ ଗୋଟିଏ ପରିବାରରେ କାନ୍ଥ ପଡ଼ି ୩ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ଲକ୍ଷ୍ମଣ ସେଠୀ (୬୫), ପତ୍ନୀନ ଲକି ସେଠୀ (୫୫) ଓ ପୁଅ ରବିନ୍ଦ୍ର ସେଠୀ (୪୫) । ରାଜ୍ୟ ସରକାରଙ୍କ ରିଲିଫ୍ ଫଣ୍ଡରୁ ଆର୍ଥିକ ସହାୟତା ରାଶି ମୃତକଙ୍କ ପିଛା ୪ ଲକ୍ଷ ଟଙ୍କାର ଚେକ୍ ମୋଟ୍ ୮ ଲକ୍ଷ ଟଙ୍କାର ଚେକ୍ ମୃତକ ଲକ୍ଷ୍ମଣ ସେଠୀଙ୍କ ବିବାହିତ କନ୍ୟା ରମାମଣୀ ଦେଇଙ୍କୁ ଡେଲାଙ୍ଗ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ଭୂତିଆ ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ ମୃତ ପୁଅ ରବିନ୍ଦଙ୍କ ଟଙ୍କା ମିଳିବା ପାଇଁ ତଦନ୍ତ ପ୍ରକ୍ରିୟା ଚାଲିଥିବା ଅତିରିକ୍ତ ତହସିଲଦାର ଶ୍ରୀ ଭୁତିଆ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ