ବାତ୍ୟା ସୁରକ୍ଷା ପାଇଁ ୪୦ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହକୁ ସ୍ଥାନାନ୍ତର କଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାତ୍ୟା ମିଚାଉଙ୍ଗର ପ୍ରଭାବରେ ଲାଗି ରହିଛି ତୁହାକୁ ତୁହା ଝିପି ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି. ତାକୁ ଦୃଷ୍ଟିରେ ରଖି ଗଜପତି ପ୍ରଶାସନ ମୋହନା ଏବଂ ରା ଉଦୟଗିରି ଅଞ୍ଚଳର ୪୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ଅର୍ଥାତ୍ “ମା ଗୃହ” କୁ ସ୍ଥାନାନ୍ତର କରାଯାଇଛି। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ସହଯୋଗରେ ସ୍ଥାନାନ୍ତର କରିଛି ଗଜପତି ଜିଲ୍ଲା ପ୍ରଶାସନ। ଯଦି ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଏ ତାହାଲେ ଯ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ପ୍ରଶାସନ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ