ବାଦାମପାହାଡରେ ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ମୂଳବାସୀ ଗର୍ଜନ ସମାବେଶ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଲୌହଖଣି ଅଂଚଳ କୁସୁମି ବ୍ଲକର ବାଦାମପାହାଡରେ ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ମୂଳବାସୀ ଗର୍ଜନ ସମାବେଶ ବରିଷ୍ଠ ଝାମୁମୋ ନେତା ତଥା କୁସୁମି ବ୍ଲକ ପୂର୍ବତନ ଅଧକ୍ଷ ଶ୍ୟାମ ଚରଣ କିସ୍କୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାଵେ ଝାଡଖଣ୍ଡ ମୁକ୍ତି ମୋର୍ଚା ରାଜ୍ୟ ସଭାନେତ୍ରୀ ଅଂଜନି ସୋରନ, ଉପସଭାପତି ପ୍ରହଲ୍ଲାଦ ପୂର୍ତ୍ତି, ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାନ୍ସଦା , ରାଜ୍ୟ ସାଂଗଠନିକ ସଂପାଦକଦୁବରାଜ ନାଗ ଓ ଅମିତ ଶର୍ମା,କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର,ଜିଲ୍ଲା ମହିଳା ସଭାନେତ୍ରୀ ସରୋଜିନୀ ମୁର୍ମୁ,,କୋଷାଧ୍ୟକ୍ଷ ରଣଜିତ ସିଂ,ସାଲୁ କିସ୍କୁ,ଆଡଭୋକେଟ ସ୍ବରୂପ ମହାନ୍ତ,ମନୋଜ ବାରିକ, ପାର୍ବତୀ ପୁର୍ତି , ମିନା ସୋରେନ, ବାଜିନାଥ ହାଁସଦା,ୟଞ୍ଗେଶ୍ବର ପାତ୍ର,ବୈଦ୍ୟ ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ ।ଦଳର ନେତୃବୃନ୍ଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପରେ ମୂଳବାସୀ ଗର୍ଜନ ସଭା ଆରମ୍ଭ ହୋଇଥିଲା ।୧୦-୧୦-୨୦୧୮ ମସିହାରେ ବାଦାମପାହାଡ ଲୌହଖଣିରେ ଲିଜଧାରୀ ଲାଲ ଟ୍ରେଡର୍ସ ଏଣ୍ଡ ଏଜେନ୍ସୀଜ ପ୍ରାଇଭେଟ ଲିମିଟେଡ ତରଫରୁ ଜନଶୁଣାଣୀ ହୋଇଥିଲା ।ସେଠାରେ ଜିଲ୍ଲା ପ୍ରଶାସନ ଡିଏଫଓ,ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ବର,ସ୍ଥାନୀୟ ଜନରତିନିଧି ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।।ସେଠାରେ ଖଣି ମାଲିକ ରାଜୁ ମିଶ୍ରା,ଖଣି ମେନେଜର ହରେନ୍ଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଅଂଚଳ ବିଭିନ୍ନ ସମସ୍ଯା ଓ ଆଂଚଳିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଥିଲା । ଦାବି ମଧ୍ୟରେ ରାସ୍ତାରେ ପ୍ରବଳ ଲୌହଗୁଣ୍ଡ ଓ ଧୂଳିକଣାକୁ ନେଇ ପ୍ରଦୂଷଣ ହେଉଥିବାରୁ ବ୍ୟାପକ ପାଣି ସିଞ୍ଚନ,ଚାଷ ଜମିରେ ଲୌହ ମାଟି ଭର୍ତି ହେଉଥିବାରୁ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଚାକିରୀ,ଘରକୁ ଘର ପିଇବା ପାଣି ଯୋଗାଣ,୧୬ ଶଯ୍ୟା ବିଶିଷ୍ଟ ଡାକ୍ତର ଖାନା ଓଟି ସହିତ ନିର୍ମାଣ,ଭ୍ରାମ୍ଯମାଣ ସ୍ବାସ୍ଥ୍ଯ ପରୀକ୍ଷା କରାଯିବା ନିଷ୍ପତ୍ତି ହୋଇଥିଲା । କମ୍ପାନୀ କତୃପକ୍ଷ ଦାବିପୂରଣ ଉପରେ ପ୍ରତିଶ୍ରୂତି ଦେଇଥିଲେ । ହେଲେ କମ୍ପାନୀ ତରଫରୁ ଆଜିଯାଏସ କିଛି ପୂରଣ ହେଲା ନାହି ।ଖଣିରେ ବିସ୍ଥାପିତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ଏବଂପାରିପାର୍ଶ୍ଵିକ ଉନ୍ନୟନକୁ ବ୍ଯାପକ କରିବା ପାଇଁ ଲୋକେ ସଭାରେ ଦାବି କରିଥିଲେ ।ପରେ ବହୁ ଏହି ସମାବେଶରେ ବହୁ ଯୁବଗୋଷ୍ଠୀ ଝାମୁମୋରେ ମିଶିଥିଲେ ।ସେମାନଙ୍କୁ ଦଳୀୟ ନେତୃବୃନ୍ଦ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।ପରେ ଝାମୁମୋ ତରଫରୁ ଶ୍ରମିକ ଓ ଆଂଚଳିକ ସମସ୍ଯା ନେଇଦଳୀୟ କର୍ମି ପ୍ଲାକାର୍ଡ ସହ ବାଦାମପାହାଡ ବଜାର ପରିକ୍ରମା କରିବା ସହ ଖଣି କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଷନ କରିଥିଲେ ।ପରେ ଖଣି ମାଲିକଙ୍କ ତରଫରୁ ଦିଆଯାଇଥିବା ପ୍ରତିଶ୍ରୁତି ଖିଲାଫ ପାଇଁ ଖଣିମାଲିକ ଓ ଖଣି ମେନେଜରଙ୍କ ନାମରେ ବାଦାମପାହାଡ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ଯଦି ଖୁବ ଶିଘ୍ର ଖଣି ମାଲିକ ସେମାନଙ୍କ ଦାବି ନ ଗ୍ରହଣ କରନ୍ତି ଆଗାମି ଦିନରେ ବ୍ଯାପକ ଆନ୍ଦୋଳନ କରାଯିବ ବୋଲି ନେତୃବୃନ୍ଦ କହିଥିଲେ ।।


