ବାଦାମପାହାଡ଼ ଲୁହା ଖଣି ଅନିର୍ଦିଷ୍ଟ କାଳ ପାଇଁ ବନ୍

ଯଶିପୁର,(ଅକ୍ଷୟ କୁମାର ବିଶ୍ୱାଳ): ଲାଲ ଟ୍ରେଡ଼ର୍ସ ର ଲିଜ ସମୟ ସରିଯିବାପରେ ନୂଆ କରି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଲୁହା ଖଣିର ଲିଜ ବର୍ତ୍ତମାନ ଘନଶ୍ୟାମ ମିଶ୍ର ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ଼କୁ ମିଳିଛି I ପୂର୍ବରୁ ଲାଲ ଟ୍ରେଡ଼ର୍ସ ଦ୍ୱାରI ଖନନ କରାଯାଇଥିବା ଲୁହା ପଥରକୁ ବର୍ତ୍ତମାନ ଟ୍ରେନରେ ପରିବହନ ପାଇଁ ନୂଆ ଲିଜଧାରୀ କମ୍ପାନୀ ମେସିନ ଦ୍ୱାରା ଲୋଡିଂ କରିବା ଘଟଣା ନେଇ ଘୋର ଅସନ୍ତୋଷ ଦେଖା ଦେଇଛି I ମେସିନ ଦ୍ୱାରା ଟ୍ରେନ ଲୋଡିଂ କଲେ ପୂର୍ବରୁ ଏଠାରେ କାର୍ଯ୍ୟ କରୁଥିବା ପ୍ରାୟ ୫୦୦ ରୁ ଅଧିକ ଶ୍ରମିକ କାମ ହରାଇବେ I କମ୍ପାନୀ ମାତ୍ର ୩୫ ଜଣ ଶ୍ରମିକଙ୍କୁ ନେଇ ମେସିନ ଦ୍ୱାରା କାମ କରିବାକୁ ଚାହୁଁଛନ୍ତି I ଆଜି ଏସମ୍ପର୍କରେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ସାରସକଣା ବିଧାୟକ ବୁଡାନ ମୁର୍ମୁ, ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ କମ୍ପାନୀର ସମସ୍ତ କର୍ମଚାରୀ ସମେତ ସହକାରୀ ମାଇନିଂ ଅଫିସର ବାରିପଦାଙ୍କ ଉପସ୍ଥିତିରେ ଶ୍ରମିକ ମାନଙ୍କର ନ୍ୟାର୍ଯ୍ୟ ଦାବିକୁ ଦୁଇଘଣ୍ଟା ଧରି ଆଲୋଚନା କରାଯାଇଥିଲା I କିନ୍ତୁ ଖଣି କର୍ତୃପକ୍ଷ ଶ୍ରମିକ ମାନଙ୍କର ଦାବିକୁ ଉପେକ୍ଷା କରିଥିଲେ I ଯାହା ଫଳରେ କୌଣସି ସମାଧାନ ହୋଇ ପାରିଲା ନାହିଁ I ପରବର୍ତୀ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଖଣି ଖନନ ଓ ପରିବହନ ଆଦି ସମସ୍ତ ପ୍ରକାର ଖଣି କାର୍ଯ୍ୟ ବନ୍ଦ ରହିବ ବୋଲି ସିଦ୍ଧାନ୍ତ ନିଆଯାଇଛି I ଏହି ଚୁକ୍ତିନାମାରେ ସାଂସଦ, ବିଧାୟକ, ଖଣି କର୍ତୃପକ୍ଷ , ମାଇନିଂ ଅଫିସର ସମେତ ଚାକୀଡୀ ସମିତି ସଭ୍ୟ ଘାସିରାମ ପାଳିଆ ,ତଳକପୋଖରୀ ସମିତିସଭ୍ୟ ଜଗନ୍ନାଥ ମୁର୍ମୁ, ସାଂସଦ ପ୍ରତିନିଧି ସଞ୍ଜୟ କୁମାର ନାୟକ, ତ୍ରିନାଥ ମହାନ୍ତ ଓ ବରୁଣ ଦେ, ସାରସକଣା ବିଧାୟକଙ୍କ ପ୍ରତିନିଧି ହରେକୃଷ୍ଣ ମହାକୁଡ଼, ସଞ୍ଜୟ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ପେଲଙ୍ଗ ଚାତାର ପ୍ରମୁଖ ସ୍ଵାକ୍ଷର କରିଥିଲେ I ଏହି ବୈଠକରେ ୫୦୦ ରୁ ଅଧିକ ଶ୍ରମିକ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ