ବାଦାମବାପାହାଡ଼ରେ ପୋଖରୀରେ ବୁଡି ଯୁବକ ମୃତ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ଵାଳ): ମୟୂରଭଞ୍ଜ ଜିଲ୍ଲାର ଵାଦାମପାହାଡ ଥାନା ଅନ୍ତର୍ଗତ ଚଉରାଡିହି ଡ୍ରିମ୍ ଅନେକ ବ୍ୟକ୍ତି ପୋଖରୀରେ ବୁଡି ଶ
ସଲିଳ ସମାଧି ହୋଇଛି । ସୂଚନାଯୋଗ୍ୟ ଗ୍ରାମର ବିଶ୍ଵନାଥ ମୁର୍ମୁ (୪୫) ପିତା ଭାଗବତ ମୁର୍ମୁ ଆଜି ସକାଳେ ଗାଁ ପୋଖରୀକୁ ଶୌଚ କରିବାକୁ ଯାଇ ପୋଖରୀରେ ବୁଡି ଶଲିଳ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସକାଳେ ବିଶ୍ବନାଥ ମୁର୍ମୁ ପୋଖରୀକୁ ଶୌଚ କରିବାକୁ ଯାଇ ଘରକୁ ଫେରି ନ ଥିଲେ ।ବାଧ୍ୟ ହୋଇ ଲୋକେ ଏଠି ସେଠି ଖୋଜାଖୋଜି କରିପାରେ ପୋଖରୀରେ ଶବ ଭାସୁଥିବା ଦେଖି ଚିହ୍ନଟ କରି ବାଦାମ ପାହାଡ଼ ଥାନାକୁ ଖବର ଦେଇଥିଲେ ।ବାଦାମ ପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୫ ରୁଜୁ କରି ଵ୍ଯବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।