ବାଦାମ ପାହାଡ଼ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ): କୁସୁମି ବ୍ଳକ ଅନ୍ତର୍ଗତ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯକ୍ରମ ଭୁବନେଶ୍ୱରର କଳିଙ୍ଗ ନେଟୱର୍କ ଫର୍ ପିପଲ ଲିଭିଂ ୱିଥ ଏଚ ଆଇ ଭି ଏଡ଼ସ ନାମକ ଏକ ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ।ଏହି ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀ ପୁରା ଆରୋଗ୍ୟ ହେବା ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିବେ । ଏହି କାର୍ଯକ୍ରମ ରେ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ରିତେଶ ଚୈତନ ଙ୍କ ତତ୍ତ୍ଵାବଧାନରେ ବି ପି ଏମ ନିରାକାର ନାୟକ, ବରିଷ୍ଠ ଯକ୍ଷ୍ମା ତାଦରଦକାରି ରୋହିତ କୁମାର ବାରିକ୍, ବାମ ସାଲଖୁ ମାଝୀ ଓ ଏଚ ଆଇ ଭି ଏଡ଼ସ ର ଆଉ ଜଣେ କର୍ମଚାରୀ ନିଲୟ କୁମାର ମହାନ୍ତ ଉପସ୍ଥିତ ରହି ରୋଗୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ।