ବାନାମ୍ବର ଠାରେ ପୋଲ ନିର୍ମାଣ ଦାବିରେ ସାମ୍ବାଦିକ ସମିଳନୀ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତୋଲ ବ୍ଲକ ଅଧିନ କଟକ- ପାରାଦୀପ ରାସ୍ତାର କୋଟକଣା – ବାନାମ୍ବର ମହାନଦୀ ଉପରେ ପୋଲ ନିର୍ମାଣ ଦାବିରେ ଆଜି ପୂର୍ବାହ୍ନ ରେ କୋଟକଣା କାଳୀ ପଡିଆ ଠାରେ ସେତୁ କମିଟି ର ଆବାହକ ତଥା କନୀମୂଳ ସରପଞ୍ଚ ଵେଦଦୁତି ପୃଷ୍ଟିଙ୍କ ନେତୃତ୍ୱ ରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ ତରଜଙ୍ଗା ସରପଞ୍ଚ ବସନ୍ତ କୁମାର ସେଠି, କଂଗ୍ରେସ ଯୁବନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ, ଭାରତୀୟ ଜନତା ପାର୍ଟି ନେତା ରମାକାନ୍ତ ଭୋଇ, ସୁବର୍ଣ୍ଣ ପଣ୍ଡା, ସ୍ୱାଧୀନ ସାହୁ ପ୍ରମୁଖ ଯୋଗ ଦେଇଥିଲେ. ଗତ ୨୫ ତାରିଖରେ ରାଜ୍ୟ ସରକାର ତିର୍ତୋଲ – ପୋଷଲ – ସଂଖେଶ୍ୱର ଠାରେ ୧୧୧ କୋଟି ୫୬ ଲକ୍ଷ ବେୟ ବରାଦରେ ପୋଲ ନିର୍ମାଣ ପାଇଁ ଘୋଷଣା କରିଥିଲେ. ଆସନ୍ତା କାଲି ରାଜ୍ୟ ସରକାର ମହାନଦୀ ର ଜଇପୁର – କଟିକଟା ଓ ତିର୍ତୋଲ – ପୋଷଲ -ସଂଖେଶ୍ୱର ପୋଲ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ୨୦୧୫ ମସିହାରେ କୋଟକଣା-ବାନାମ୍ବର ପୋଲ ପାଇଁ ଅନଶନ, ଗଣଧାରଣା, ରାସ୍ତା ରୋକ ଆଦି କାର୍ଯ୍ୟକ୍ରମ କରାଯାଇଥିଲା. ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ ପରେ ନିର୍ଭର ପ୍ରତିଶୃତି ଦଇଥିଲେ. କୋଟକଣା- ବାନାମ୍ବର ସେତୁ କମିଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ହଜାର ଦସ୍ତଖତ ସମ୍ବଳିତ ଦାବୀ ପତ୍ର ସମସ୍ତ ବିଭାଗ ସହିତ ରାଜ୍ୟ ସରକାର ପରେ ଜଳ ସମ୍ପଦ ମନ୍ତ୍ରୀ ଙ୍କୁ ଦିଆଯାଇଛି. ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଜ଼ିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଇନାହାନ୍ତି. ଏହାର ପ୍ରତିବାଦ ରେ ଆଜି ସାମ୍ବାଦିକ ସମିଳନୀ ଦ୍ୱାରା ସେତୁ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟା ସମୟ ଦିଆଯାଇଛି. ସରକାର ଆସନ୍ତା କାଲି ମହାନଦୀ ଉପରେ ଦୁଇ ସେତୁ ର ଭିତ୍ତି ପ୍ରସ୍ତର ସମୟ ରେ କୋଟକଣା – ବାନାମ୍ବର ପୋଲ ଘୋଷଣା କରିବାପାଇଁ ଦାବୀ ରଖାଯାଇଛି. ଆସନ୍ତା ୨୯ ତାରିଖ ସକାଳ ୮ ଘଟିକା ସମୟରେ କୋଟକଣା ରାସ୍ତାରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।