ବାନାମ୍ବର ମହାନଦୀ ଉପରେ ସେତୁ ନିର୍ମାଣ ଦାବୀରେ କଟକ – ପାରାଦୀପ ରାସ୍ତା ରୋକ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଗତ ୨୭ ତାରିଖ ଦିନ କୋଟକଣା ବାନାମ୍ବର ସେତୁ ନିର୍ମାଣ ଦାବିରେ ସାମ୍ବାଦିକ ସମିଳନୀ ଜରିଆ ରେ ସେତୁ କମିଟି ଆବାହକ ଵେଦଦୁତି ପୃଷ୍ଟି ଓ ରମାକାନ୍ତ ଭୋଇ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କୁ କୋଟକଣା – ବାନାମ୍ବର ପୋଲ ପୂର୍ତ୍ତ ବିଭାଗ ର ପୋଲ ତାଲିକାରେ କ୍ରମିକ ନଂ ୨୭ ଥିବା ବେଳେ କଣ ପାଇଁ ଘୋଷଣା କଲେ ନାହିଁ. ତିର୍ତୋଲ ରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଅତି ତରବରିଆ ଭାବେ ତିର୍ତୋଲ -ପୋଷଲ ମହାନଦୀ ଉପରେ ୧୧୮ କୋଟି ୫୬ ଲକ୍ଷ ଓ ଜଇପୁର – କଟିକଟା ପୋଲ ୮୨ କୋଟି ଟଙ୍କା ମଞ୍ଜୁରୀ କରି ଘୋଷଣା କରିବା ସହିତ ଶିଳାନ୍ୟାସ କରିଛନ୍ତି. ଏହା କେବଳ ନିର୍ବାଚନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା କଥା.ଦୀର୍ଘ ୧୫ରୁ ୨୦ ବର୍ଷ ଧରି କୋଟକଣା – ବାନାମ୍ବର ସେତୁ ପାଇଁ ଦାବୀ ଆସୁଥିବା ବେଳେ ତିର୍ତୋଲ – ପୋଷଲ ସେତୁ ରେ ନା ହିଁ ନଥିଲା ରାସ୍ତା ରୋକ ରେ ଉପସ୍ଥିତ ଥବା ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି। ଜଗତସିଂହପୁର ଜ଼ିଲ୍ଲାପାଳ ଅତି ଚଞ୍ଚକତାର ସହିତ ସରକାରଙ୍କୁ ତୃଣ ମୂଳ ସ୍ତରରେ ପୋଲ ନିର୍ମାଣ ସ୍ଥଳ ର ସଠିକ ରିପୋର୍ଟ ଦାଖଲ ନକରି ସରକାରଙ୍କୁ ଅନ୍ଧାରରେ ରଖି ଜ଼ିଲ୍ଲାପାଳ ନିଜକୁ ବାଃ ବାଃ ନେବାକୁ ଯାଇ ଏହି ପୋଲ ନିର୍ମାଣ ପାଇଁ ଘୋଷଣା କରିଦେଇଛନ୍ତି। ତାରତୋଲ ଠାରେ ମହାନଦୀ ଉପରେ ଏକ ପୋଲ ଥିବାବେଳେ ତାର୍ତ୍ତୋଲ ଠାରୁ ତିର୍ତୋଲ ମାତ୍ର ୩ କିଲୋ ମିଟର ଅଟେ। ଏତେ କମ କିଲୋ ମିଟର ବ୍ୟବଧାନରେ କେମିତି ପୋଲ ନିର୍ମାଣ କରାଯିବ ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ। କୋଟକଣା – ବାନାମ୍ବର ପୋଲ ନିର୍ମାଣ ହେଲେ ଏହାର ସିଧା ପାଇକା ନଦୀର ଲଙ୍କାପଡା ଠାରେ ନିର୍ମାଣ ଧୀନ ପୋଲ ସହିତ ସିଧା ସଂଯୋଗ କରିବ ଯାହା ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜ଼ିଲ୍ଲା ସହିତ ଗମନା ଗମନ ର ଗୁରୁତ୍ୱ ନିର୍ବାହ କରିବ ବୋଲି ଆନ୍ଦୋଳନ କାରି ମାନେ କହିଥିଲେ। ଗତ ୨୦୧୫ ଓ ୨୦୧୬ମସିହାରେ କୋଟକଣା – ବାନାମ୍ବର ସେତୁ ନିର୍ମାଣ ଦାବୀ କରି ଅନଶନ, ଗଣଧାରଣା, ରାସ୍ତା ରୋକ କରାଯାଇଥିଲା। ସେତବେଳେ ଜ଼ିଲ୍ଲା ପ୍ରଶାସନ ନିର୍ଭର ପ୍ରତିଶୃତି ଦେବା ପରେ ସମସ୍ତ ଆନ୍ଦୋଳନ ବନ୍ଦ କରିଦିଯାଇଥିଲା। ଏବେ କୋଟକଣା – ବାନାମ୍ବର ସେତୁ ର ସମସ୍ତ ତଦନ୍ତ ପ୍ରକ୍ରିୟା ଶେଷ ହୋଯାଇଥିବା ବେଳେ ଜ଼ିଲ୍ଲା ପ୍ରଶାସନର ଅଣଦେଖାକୁ ନେଇ ଆଜି କୋଟକଣା ବଜାରରେ ସେତୁ କମିଟି ର ଆବାହକ ଵେଦଦୁତି ପୃଷ୍ଟି, ବିଜେପି ନେତା ରମାକାନ୍ତ ଭୋଇ, ତରଜଙ୍ଗା ସରପଞ୍ଚ ବସନ୍ତ କୁମାର ସେଠୀ, କୋଟକଣା – ବାନାମ୍ବର ସେତୁ ର ମୁଖ୍ୟ ଆବାହକ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଜେନା ଙ୍କ ନେତୃତ୍ୱ ସହସ୍ରାଧିକ ଜନସାଧାରଣ ପହଂଚି ରାସ୍ତା ରୋକ କରିଥିଲେ. ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ରୋକ କରିବା ପରେ ଜଗତସିଂହପୁର ଉପଜ଼ିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପହଂଚି ଥିଲେ। ଆନ୍ଦୋଳନକାରୀଙ୍କ ଠାରୁ ସମସ୍ୟା ସମ୍ପର୍କ ରେ ପଚାରି ବୁଝିବା ସହିତ ଦାବିପତ୍ର ନେଇ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।