ବାପାଙ୍କ ଏକାଦଶ କାର୍ଯ୍ୟରେ ପୁଅର ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମ ପଞ୍ଚାୟତ ରଘୁନାଥପୁର ଗ୍ରାମରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା ବାପାଙ୍କ ଏକାଦଶ କାଯ୍ୟରେ ପୁଅଙ୍କ ମୃତ ହୋଇଥିବା ଜଣାପଡିଛି l ବାପା ଜଣଙ୍କ ହେଲେ ସୋମା ନାୟକ (୬୪) ପୁଅ ଜଣଙ୍କ ହେଲେ ଭଗବାନ ନାୟକ(୪୧) l ସୂଚନା ଯୋଗ୍ୟ ଯେ ସୋମା ନାୟକ ଙ୍କ ମୃତ ର ଏକାଦଶ କାଯ୍ୟ ରେ ପୁଅ ଭଗବାନ ନାୟକ ରଘୁନାଥପୁର ପୋଖରୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସବଧାନତା କାରଣ ହେତୁ ପୋଖରୀ ଭିତରକୁ ଚାଲି ଯାଇଥିଲେ l ନିକଟରେ ଗାଧୋଉଥିବା ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆଡ଼ପଡା ଡାକ୍ତରଖାନରେ ଭର୍ତ୍ତି କରିଥିଲେ l ଭଗବାନ ଙ୍କ ଅବସ୍ଥା ଗୁରୁତ୍ୱ ଥିବା ରୁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇ ଦିଆଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ଭଗବାନ ଙ୍କୁ ମୃତ ଘୋଷଣା କରିଥିଲେ l ସେଠାରେ ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯଇଥିଲା l ବାପାର ଏକାଦଶହ କାଯ୍ୟରେ ପୁଅର ମୃତ ହୋଇଥିବା ଶୁଣି ଗ୍ରାମରେ ଏକ ଶୋକ ର ଛାୟା ଖେଳିଯାଇଛି l ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ପହଞ୍ଚି ମୃତକ ଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ