ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଆସି ଏକମାତ୍ର ପୁତ୍ରର ମୃତ୍ୟୁ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ ସ୍ଥିତ ଗଙ୍ଗଦା ଗ୍ରାମର ରାମଚନ୍ଦ୍ର ବିଶ୍ୱାଳଙ୍କର ଗତ ୨୬ ଅଗଷ୍ଟ ୨୦୨୦ରେ ବିୟୋଗ ଘଟିଥିଲା । ବାପାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ଚେନ୍ନାଇରେ ରହୁଥିବା ତାଙ୍କର ଏକମାତ୍ର ପୁଅ ରୋହିତ ଗାଁକୁ ଆସିଥିଲେ ।୫ ସେପ୍ଟମ୍ବରରେ ବାପାଙ୍କର ଶୁଦ୍ଧି କର୍ମ ଆଦି କାର୍ଯ୍ୟ ସମାପନ କରିଥିଲେ ରୋହିତ । ବାପାଙ୍କ ମୃତ୍ୟୁର ୨୦ଦିନ ପରେ ଅର୍ଥାତ ସୋମବାର ରୋହିତଙ୍କର ଅକାଳ ବିୟୋଗ ଘଟିଛି । ଉକ୍ତ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରୋହିତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଘରେ ତାଙ୍କର ମା, ପତ୍ନୀ ଓ ୩ ଝିଅ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ