ବାପାଙ୍କ ସହ କାମ କରିବେ ଜାହ୍ନବୀ

ଧଡକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହ୍ନବୀ କପୂର ଆଜି ଦେଶର ଚଚ୍ଚିତ ଅଭିନେତ୍ରୀଙ୍କୁ ମଧ୍ୟରୁ ଜଣେ ପାଲଟିଛନ୍ତି । ଚଳିତ ବର୍ଷ ଅଭିନେତ୍ରୀଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ରହିଛି ଏହା ସହ ସେ ଆଉ ଏକ ବଡ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଖବର ମୁତାବକ ଜାହ୍ନବୀ ବାପା ବୋନିଙ୍କ କପୂରଙ୍କ ଆଗାମୀ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଦସ୍ତଖତ ମଧ୍ୟ କରିଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନର ସଂଜୟ ତ୍ରିପାଠୀ କରିବେ । ଏହାସହ ବୋନି ଏହି ଫିଲ୍ମରେ ମହାବୀର ସିଂଙ୍କ ସହ ଟିମଅପ କରିବେ । ଏହି ଫିଲ୍ମର କାହାଣୀ ସଇତାନ ଝିଅ କାହାଣୀ ଉପରେ ଆଧାରିତ । ଯଦିଓ ଏହାର ଅଫିସିଆଲ ଘୋଷଣା ହୋଇନାହିଁ । ଏହାସହ ବୋନି ଖୁବ ଶୀଘ୍ର ଅର୍ଜୁନ କପୂରଙ୍କ ସହ ତେଲୁଗୁ ଫିଲ୍ମ କୋମଲର ହିନ୍ଦୀ ରିମେକରେ ନଜର ଆସିବେ । ତେବେ ଜାହ୍ନବୀଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ହେବ ସେ କାରଗିଲ ଗର୍ଲ ଫିଲ୍ମ ସୁଟରେ ବ୍ୟସ୍ତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ