ବାପା ଓ ସାନଭାଇଙ୍କୁ ହତ୍ୟା ଉଦ୍ୟମ ଘଟଣା ପୁଲିସହାତରେ ଫେରାର ପୁଅ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବଡ଼ଡୁମ୍ବୁଳା ଗ୍ରାମର ବୃନ୍ଦାବନ ଗୌଡ ଏବଂ ତାଙ୍କ ସାନପୁଅ ଶଙ୍କର ଗୌଡ଼ ଙ୍କୁ ହତ୍ୟା ଉଦ୍ୟମ ଘଟଣା ରେ ଗତ ୫ ମାସ ହେଲା ଫେରାର ଥିବା ବୃନ୍ଦାବନ ଙ୍କ ବଡ଼ପୁଅ ରାଜେନ୍ଦ୍ର ଗୌଡ଼ ଙ୍କୁ ଶନିବାର ଦିଗପହଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗତ ଜୁଲାଇ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୭ ଟାରେ ଋଣ ଟଙ୍କା ପରିଶୋଧ କୁ କେନ୍ଦ୍ରକରି ଅଭିଯୁକ୍ତ ରାଜେନ୍ଦ୍ର ଘର ପଲସ୍ତରା ରେ ବ୍ୟବହୃତ ଗଜ ବାଡ଼ି ଦ୍ଵାରା ବାପା ଏବଂ ସାନଭାଇ ଙ୍କ ମୁଣ୍ଡ କୁ ପ୍ରହାର କରି ହତ୍ୟା ଉଦ୍ୟମ କରିଥିଲେ।ଏନେଇ ବାପା ବୃନ୍ଦାବନ ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଘଟଣା ପରଠାରୁ ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିଲେ।ସେ ଗାଁ କୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ଅଭିଯୁକ୍ତ ଙ୍କୁ ଶୁକ୍ରବାର ରାତିରେ ଗିରଫ କରି ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଗଜ ବାଡ଼ି କୁ ଜବତ କରିଥିଲେ। ବୃନ୍ଦାବନ ତାଙ୍କ ଝିଅ ବାହାଘର ରେ ପ୍ରାୟ ୮ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଉଭୟ ପୁଅ ଋଣ ଟଙ୍କା ପରିଶୋଧ ପାଇଁ ସେତେବେଳେ ବାପା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଘଟଣା ଦିନ ଗାଁ ରେ ବୃନ୍ଦବାନଙ୍କ ଅନ୍ୟଏକ ଘରେ ରହୁଥିବା ବଡ଼ପୁଅ ରାଜେନ୍ଦ୍ର ଙ୍କ ଘରକୁ ଯାଇ ଋଣ ପରିଶୋଧ ପାଇଁ ଟଙ୍କା ମାଗିଥିଲେ।ସେ ମନା କରିବାରୁ ବୃନ୍ଦାବନ ତାଙ୍କୁ ତୁରନ୍ତ ଘର ଖାଲି କଲେ ଉକ୍ତ ଘରକୁ ବିକ୍ରି କରି ଋଣ ପରିଶୋଧ କରିବାକୁ କହିଥିଲେ।ଏଥିରେ ଉତ୍ତେଜିତ ହୋଇ ରାଜେନ୍ଦ୍ର ଘରେ ଥିବା ଗଜ ବାଡ଼ି ରେ ଉଭୟଙ୍କୁ ନିସ୍ତୁକ ମାଡ ମାରିଥିଲେ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।