ବାପା ମାଆ ଛେଉଣ୍ଡ ୩ ସାନ୍ତାନଙ୍କୁ ସହଯୋଗର ହାତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଅସହାୟର ବନ୍ଧୁ, ହୃଦୟବାନ ବିଧାୟକ ଶ୍ରୀକାନ୍ତ ସାହୁ। ୨୦୧୪ ନିର୍ବାଚନରେ ପୋଲସରା ବିଧାୟକ ଭାବେ ନିର୍ବାଚିତ ହେବାପରେ ତାଙ୍କର ଅନ୍ତଃନିହିତ ଗୁଣକୁ ଜାଣିପାରିଲେ ସମସ୍ତ ଜନସାଧାରଣ। ଦୀର୍ଘ ବର୍ଷ ଧରି ହାତୀଓଟ ଗ୍ରାମରେ ଏକ ଜରାଶ୍ରମ ନିର୍ମାଣ କରି ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଥଇଥାନ କରି ଆସୁଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡା ବ୍ଳକ ଓ ଏନଏସିର ଯେ କୌଣସି ବ୍ୟକ୍ତିଙ୍କ ଘରପୋଡି ହେଲେ, ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ କିମ୍ବା ଆକସ୍ମିକ ମୃତ୍ୟୁ ଘଟିଲେ ଦଳ ମତ ନିର୍ବିଶେଷରେ ସେହି ପାରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଓ ସରକାରୀ ସହାୟତା ପ୍ରଦାନ କରିବାରେ ସହଯୋଗ କରି ଆସୁଛନ୍ତି । ନଭେମ୍ବର ୯ ତାରିଖ ଦିନ ଆଉଏକ ପାଦ ଆଗକୁ ଯାଇ ବାପା ମାଆ ଛେଉଣ୍ଡ ତିନି ଜଣ ସନ୍ତାନର ରକ୍ଷଣାବେକ୍ଷଣ ଓ ପାଠପଢା ଦାୟିତ୍ୱ ବହନ କରି ମହାନତାର ପରିଚୟ ଦେଇଛନ୍ତି ବିଧାୟକ ଶ୍ରୀ ସାହୁ। ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର ଏକ ପରିବାରର ମୁରବି ମନୁ ଯାନୀ ଓ ସଞ୍ଜୁ ଯାନୀ ଦୁହିଁଙ୍କ ଆକସ୍ମିକ ଭାବେ ଦେହାନ୍ତ ହୋଇଥିଲା । ବାପା ମନୁ ଓ ମାଆ ସଞ୍ଜୁ ଙ୍କ ଅକାଳ ମୃତ୍ୟୁରେ ବାପା ମାଆ ଛେଉଣ୍ଡ ହୋଇଗଲେ ସେମାନଙ୍କ ତିନି ସନ୍ତାନ । ଏହି ଖବର ଜାଣିବା ପରେ ପରିବାର ନିକଟରେ ପହଞ୍ଚିଥିଲେ ବିଧାୟକ ଶ୍ରୀକାନ୍ତ ସାହୁ। ଅସହାୟ ଦୁଇ ଜଣ ନାବାଳିକା ଝିଅ ଓ ଜଣେ ନାବାଳକ ପୁଅକୁ ଦେଖି ହୃଦୟର କୋହକୁ ଚାପି ସେହି ତିନି ଜଣ ବାପା ମାଆ ଛେଉଣ୍ଡ ସାନ୍ତାନଙ୍କ ପ୍ରତିପୋଷଣ ଓ ପାଠ ପଢା ଦାୟିତ୍ୱ ବହନ କରିବେ ବୋଲି ପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ସେଠୀ, ନରେନ୍ଦ୍ର ଦେବତା, ନିମିନା ଗ୍ରାମର ମୁକୁନ୍ଦ ପ୍ରଧାନ ଓ କବିରାଜ ସାହୁ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏହି ପଦକ୍ଷେପକୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ