ବାପା ମା ଛେଉଣ୍ଡ କ୍ରିକେଟ ଖେଳାଳୀକୁ ପ୍ରଶାସନିକ ସହାୟତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଦୃଷ୍ଟି ବାଧିତ ମହିଳା କ୍ରିକେଟିୟର ଭାବେ ଆନ୍ତର୍ଜାତୀୟ କ୍ରିକେଟ ଖେଳ ପାଇଁ ଚୟନ ହୋଇଥିବା ବାପା ମା ଛେଉଣ୍ଡ ଝିଲି ବିରୁଆଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟକୁ ନିଜ ବାପାଙ୍କ ମୃତୁ୍ୟପ୍ରମାଣପତ୍ର ପାଇବା ଆଶା ନେଇ ଯାଇଥିବା ଝିଲ୍ଲୀ ବିରୁଆଙ୍କ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଶୁଣିବାପରେ ଏନେଇ ଜିଲ୍ଲାପାଳ ଓ ୫ଟି-ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୫ଟି-ସଚିବଙ୍କ ନିଦେ୍ର୍ଦଶରେ ପ୍ରଥମେ ଝିଲ୍ଲୀଙ୍କୁ ୩୦ହଜାର ଟଙ୍କାର ସହାୟତା ଦିଆଯାଇଥିବାବେଳେ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସ.ପି ମିତ୍ରଭାନୁ ମହାପାତ୍ର, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ହାଟଡିହି ବିଡିଓଙ୍କ ଉପସ୍ଥିତିରେ ଝିଲ୍ଲୀକୁ କ୍ରିକେଟ କିଟ ସମେତ ପାଞ୍ଚଶହ ଟଙ୍କାର ମାସିକ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି । ଆସନ୍ତା କାଲି ସୁଧା ଝିଲ୍ଲୀର ପାସପୋର୍ଟ ମଧ୍ୟ ହୋଇଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଯଦି ଅଧିକ କିଛି ସହାୟତାର ଆବଶ୍ୟକତା ପଡେ ତେବେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ