ବାପା ମା ବୃଦ୍ଧାଶ୍ରମରେ ବିବାହ ବାର୍ଷିକୀ ପାଳନ କଲେ ସମାଜସେବୀ ବିବେକାନନ୍ଦ ବାରିକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସବୁ ସମୟରେ କଛି ନା କିଛି କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସିଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୮ ନମ୍ବର ୱାର୍ଡ଼ର ଯୁବ ସମାଜସେବୀ ବିବେକାନନ୍ଦ ବାରିକ । ଆଜି ଏଥିପାଇଁ ଆମେ ଏ କଥା କହୁଛୁ ସେ ତାଙ୍କ ବିବାହ ବାର୍ଷିକୀକୁ ଭୁବନେଶ୍ୱରର କୌଣସି ବଡ଼ ହୋଟେଲ କିମ୍ବା ରିସୋଟ୍ଟରେ ପାଳନ ନକରି ନିଜ ପତ୍ନୀଙ୍କ ସହ ଜଟଣୀ ନିକଟସ୍ଥ ତିରିମଲ ରାଣୀପୁର ଠାରେ ଯୁବ ସମାଜସେବୀ ଗୌତମ ମହାରଣାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବାପା ମା ବୃଦ୍ଧାଶ୍ରମରେ ପହଞ୍ôଚ ବାପା ମାଆଙ୍କ ସହ ନିଜର ବିବାହ ବାର୍ଷିକୀ ମହା ଆଡ଼ମ୍ବରରେ ପାଳନ କରି ବାପା ମାଆ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ପତ୍ନୀ ପ୍ରଭାତୀ ବାରିକଙ୍କ ସହ ପୁରା ଦିନ ବାପା ମାଆ ଆଶ୍ରମରେ ବିତାଇବା ବେଳେ ସେଠାରେ କେକ୍ କାଟି ସମସ୍ତଙ୍କୁ ବଣ୍ଟନ କରିବା ସହ ରନ୍ଧା ଖାଦ୍ୟ ମଧ୍ୟ ବାପା ମାଆ ମାନଙ୍କ ସହ ମିଶି ତାଙ୍କୁ ଖୁଆଇଦେବା ସହ ନିଜେ ଖାଇଥିଲେ । ଏହି ପରିପ୍ରେକ୍ଷୀରେ ସମାଜସେବୀ ବିବେକାନନ୍ଦ ବାରିକଙ୍କ ବାପା କବି ବିମ୍ବାଧର ବାରିକଙ୍କ ଦ୍ୱାରା ରଚିତ ପ୍ରଭୁ ପ୍ରସାଦ ପୁସ୍ତକ ବାପା ମାଆମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୟ ବେହେରା, ସଂଗ୍ରାମ ଜେନା, କିଙ୍ଗଷ୍ଟାର ରାଜା ଓ ବିଶ୍ୱରଞ୍ଜନ ନାୟକ ମଧ୍ୟ ସମାଜସେବୀ ବିବେକାନନ୍ଦ ବାରିକଙ୍କ ସହ ଉପସ୍ଥିତ ରହି ତାଙ୍କର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ