ବାପା ସହିତ ବହୁତ ଲଢ଼ିଥିଲି, ଏବେ ପୁଅ ସହିତ ଲଢ଼ିଛିଦୁଇ ଅଭିନେତାଙ୍କୁ ନେଇ ରାଇମାହନ ଦେଲେ ଏମିତି ମନ୍ତବ୍ୟ
ଖଳନାୟକ ରାଇମାହନ ପରିଡ଼ା ଅନେକ ହିରୋଙ୍କ ସହିତ କାମ କରିଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି ମଧ୍ୟ ଅଛନ୍ତି । “ଉଦଣ୍ଡି ସୀତା’,”ଦେ ମା ଶକ୍ତି ଦେ’ ଓ “ସତ ମିଛ’ପରି ଫିଲ୍ମରେ ଦୁହେଁ ଏକାଠି ଅଭିନୟ କରିଥିଲେ । ଏହି ଫିଲ୍ମଗୁଡ଼ିକରେ ସେମାନଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ବି ଆପଣମାନେ ଦେଖିଥିବେ । ସେ ସମୟରେ ବେଷ୍ଟ ହିରୋ ଓ ଭିଲିଆନ୍ ଯୋଡ଼ିରେ ବି ଏ ଦୁହେଁ ସାମିଲ୍ ଥିଲେ । ଉତ୍ତମ ମହାନ୍ତିଙ୍କ ସହ ଅନେକ ଫିଲ୍ମରେ ଲଢ଼େଇ କରିଥିବା ରାଇମୋହନ ଏବେ ତାଙ୍କ ପୁଅ ବାବୁସାନ୍ଙ୍କ ସହ ଲଢେଇ କରିଛନ୍ତି । ଆଉ ଏ ଲଢ଼େଇ ହୋଇଛି ଆଜି ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ”ମିଷ୍ଟର ମଜନୁ’ରେ ।
ଏହି ଫିଲ୍ମରେ ପ୍ରଥମ ଥର ବାବୁସାନ୍ଙ୍କ ସହ କାମ କରିଛନ୍ତି ରାଇମୋହନ । ଏହି ଫିଲ୍ମରେ ବି ସେ ଖଳନାୟକ ହୋଇଛନ୍ତି ଏବଂ ବାବୁସାନ୍ଙ୍କ ସହ ଲଢ଼େଇ କରିଛନ୍ତି । ଆଉ ଏ ଲଢେଇ ତାଙ୍କୁ ଖୁବ୍ ପସନ୍ଦ ଆସିଛି ବୋଲି ରାଇମୋହନ କହିଛନ୍ତି ।
ସେ କହିଛନ୍ତି, “ବାବୁସାନ୍ ଜଣେ ଜବରଦସ୍ତ କଳାକାର । କେମିତି ବା ନ ହେବେ? ବାପମା’ ଦୁହେଁ କଳାକାର । ତେଣୁ ତାଙ୍କ ଜିନରେ ଅଭିନୟ ରହିଛି । ସେଥିପାଇଁ ସେ ଏତେ ସୁନ୍ଦର ଅଭିନୟ କରିପାରନ୍ତି ଓ ସବୁ ଚରିତ୍ରକୁ ନ୍ୟାୟ ଦେଇପାରନ୍ତି । ଦର୍ଶକଙ୍କର ସେ ଭରପୂର ମନୋରଞ୍ଜନ କରିପାରନ୍ତି । ସେଥିପାଇଁ ତ ବାପାଙ୍କ ପରି ସେ ବି ଆଜି ଜଣେ ସୁପରଷ୍ଟାର ହୋଇପାରିଛନ୍ତି ।


