ବାପା ହୋଇପାରିବେ ଝିଅର ଭଲ ବନ୍ଧୁ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ । ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି । ହେଲେ କେବଳ ମା’ କାହିଁକି, ବାପା ବି ଝିଅର ଭଲ ସାଙ୍ଗ ହୋଇପାରିବେ । ଏମିତି ବି ବାପ ଝିଅ ଅଛନ୍ତି ଯେଉଁମାନେ ଭଲ ବନ୍ଧୁ ହୋଇଥାନ୍ତି । ଝିଅ ମା’ ଅପେକ୍ଷା ବାପାଙ୍କ ପାଖରେ ଅଧିକ ଗେହ୍ଲା ହୋଇଥାନ୍ତି । ସେମାନେ ବାପାଙ୍କ ସହିତ ସବୁ କଥା ବାଣ୍ଟିପାରନ୍ତି । ତେବେ ଆପଣ ଯଦି ଚାହାନ୍ତି ଆପଣଙ୍କ ଝିଅର ଭଲ ବନ୍ଧୁଟିଏ ହେବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଅନ୍ତୁ । ଜାଣନ୍ତୁ ସେ ସମ୍ପର୍କରେ ।
କଟକଣା: ଅନେକ ସମୟରେ ଝିଅମାନଙ୍କୁ ଘରେ କଟକଣା କରାଯାଇଥାଏ । ଯିବାଆସିବାଠାରୁ ଆରମ୍ଭ କରି ପୋଷାକ ପରିଧାନ ଉପରେ ମଧ୍ୟ ବାରଣ କରାଯାଏ । ଏପରି କରିବା ଦ୍ୱାରା ଝିଅମାନେ ବାପାଙ୍କୁ ଡରିଥାନ୍ତି । ତେବେ ଏହି କଟକଣା ବନ୍ଦକରନ୍ତୁ । ଦେଖିବେ ଆପଣଙ୍କ ଝିଅ ଆପଣଙ୍କ ଭଲ ବନ୍ଧୁ ହୋଇପାରିବ ।
ବନ୍ଧୁଭଳି କଥା ହୁଅନ୍ତୁ: ଝିଅ ସହ ଏକ ପିତା ନୁହେଁ, ବରଂ ଜଣ ଭଲ ବନ୍ଧୁ ପରି ବ୍ୟବହାର କରନ୍ତୁ । ଫଳରେ ଏହି ସ୍ନେହ ତାଙ୍କୁ ଅବାଟକୁ ଯିବାକୁ ଦେଇ ନ ଥାଏ । ଜୀବନର କଠିନ ସମୟରେ ବି ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ଭାବିଥାନ୍ତି ।
ଝିଅର ପରାମର୍ଶ: ବାପା ନିଜ କାର୍ଯ୍ୟ ହେଉ କିମ୍ବା ଘରର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଝିଅର ପରାମର୍ଶ ଲୋଡ଼ିବା ଆବଶ୍ୟକ । ଏପରି କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ ।
ଉପହାର: ଅନେକ ସମୟରେ ଝିଅର ମନ ପସନ୍ଦର ଉପହାର ତାକୁ ଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ