ବାପୁଜୀନଗରରେ ଆଜିଠୁ ୱାନ ୱେ

ଭୁବନେଶ୍ୱର : ବାପୁଜୀନଗରରେ ନୂଆ ଟ୍ରାଫିକ୍ ପ୍ଲାନ୍ । ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମସି ମୋହର ମାରିବା ପରେ ରବିବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାପୁଜୀନଗର ପରିସର ଓ କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାକଡ଼ରୁ ଜବରଦଖଲ ମଧ୍ୟ ଉଚ୍ଛେଦ କରାଯାଇଛି।
କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ଫ୍ଲାଏ ଓଭରବ୍ରିଜ୍ ନିକଟସ୍ଥ ସର୍ଭିସ୍ ରୋଡର ଉଭୟ ପାର୍ଶ୍ବରେ କୌଣସି ପରିସ୍ଥିତିରେ ପାର୍କିଂ ହେବାକୁ ଦିଆଯିବ ନାହିଁ। ବାପୁଜୀନଗର ଭିତରେ ‘ସବ୍-ମେନ୍ ରୋଡ୍-୧ ଓ ୨’ ଓ ଅନ୍ୟ ସମାନ୍ତରାଳ ରାସ୍ତା ଗୁଡ଼ିକର ଉଭୟ କଡ଼ରେ ବାର ଅନୁସାରେ ଗାଡ଼ି ପାର୍କିଂ ହେବ। ସୋମ, ବୁଧ ଓ ଶୁକ୍ରବାର ରାସ୍ତାର ବାମପାର୍ଶ୍ବ ଓ ମଙ୍ଗଳ, ଗୁରୁ ଓ ଶନିବାର ରାସ୍ତାର ଡାହାଣ ପାର୍ଶ୍ବରେ ପାର୍କିଂ ହେବ। ଏହାବ୍ୟତୀତ ଏହି ମାର୍କେଟ୍ ଭିତରେ ରବୀନ୍ଦ୍ର ମେଡିସିନ୍ ଷ୍ଟୋର୍, ବ୍ୟାଙ୍କ୍ ଅଫ୍ ବରୋଦା ଓ ଜଗନ୍ନାଥ ସେବା ସଦନ ସାମ୍ନାରେ ରହିଥିବା ଖାଲି ସ୍ଥାନକୁ ଗାଡ଼ି ପାର୍କିଂ ପାଇଁ ବ୍ୟବହାର କରିହେବ ବୋଲି କୁହାଯାଇଛି।
ଲାଗୁ ହେଉଥିବା ଏହି ନିୟମକୁ ଉଲ୍ଲଙ୍ଘନ କଲେ ସହରାଞ୍ଚଳ ପୁଲିସ ଆଇନ ଦଫା ୯୬ ବଳରେ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସ୍ପଷ୍ଟ କରଯାଇଛି। ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ନୂଆ ବ୍ୟବସ୍ଥା ଉପରେ ନଜର ରଖିବା ସହ ଉଲ୍ଲଙ୍ଘନ ହେଲେ ଜରିମାନା କଷିବ। ଏହି ଜାଗାରେ ନୂଆ ବ୍ୟବସ୍ଥା ସଫଳ ହେଲେ ଅନ୍ୟ ମାର୍କେଟଗୁଡ଼ିକରେ ଏଭଳି ଶୃଙ୍ଖଳିତ ବ୍ୟବସ୍ଥା ଲାଗୁ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ