ବାବନପୁର ଆଦର୍ଶ ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ

ଆସିକା, (ୱାଇଏନ୍‍ଏସ୍‍):ଆସିକା ବ୍ଳକ ଅନ୍ତର୍ଗତ ବାବନପୁରର ଚିଦାନନ୍ଦ ବିହାର ସ୍ଥିତ ଆଦର୍ଶ ଶିଶୁମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଶନିବାର ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ବିଜୟ କୁମାର ନାୟକ ଓ ପ୍ରଧାନାଚାର୍ଯ୍ୟ ସତ୍ୟବାନ ଗୌଡଙ୍କ ସଂଯୋଜନାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ବାବନପୁର ଆଦର୍ଶ ଶିଶୁମନ୍ଦିରର ପରିଚାଳନା କମିଟିର ସଭାପତି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଙ୍ଗୀତା ସେଣ, ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଂପାଦକ ତଥା ବାବନପୁର ଗ୍ରାମ ପଂଚାୟତର ସମିତି ସଭ୍ୟ ସନ୍ତୋଷ କୁମାର ଜେନା, ବାବନପୁର ଗ୍ରାମ ପଂଚାୟତର ସରପଞ୍ଚ ସଂଜୟ କୁମାର ନାୟକ, ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ଉପସଭାପତି ତ୍ରିଲୋଚନ ପରିଡା, ସହସଂପାଦକ ମାନସ ରଂଜନ ଗୌଡ, କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ନାୟକ, ମୁଖ୍ୟ ଉପଦେଷ୍ଟା ବିଶ୍ୱନାଥ ସାହୁ, ଶିକ୍ଷା କମିଟି ସଦସ୍ୟ ମଦନ ମୋହନ ବାଡତ୍ୟା, ଗୋପୀନାଥ ସ୍ୱାଇଁ, ଲକ୍ଷ୍ମୀନାରାୟଣ ନାୟକ, ମନୋଜ କୁମାର ନାୟକ, ନାରାୟଣ ନାୟକ, ଅଭିଭାବକ କମିଟି ସଦସ୍ୟ ମଂଜୁଳା ବାରିକ ଓ ଫଣୀଭୂଷଣ ନାୟକ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବିଷ୍ଣୁପ୍ରିୟା ଜେନା, ଅଭିମନ୍ୟୁ ବାଡତ୍ୟା, ପ୍ରକାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ବାବନପୁର ଆଦର୍ଶ ଶିଶୁ ମନ୍ଦିରରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପାଠପଢା ସହିତ ଖେଳକୁଦ, ସାଧାରଣ ଜ୍ଞାନ, କୁଇଜ, ମେଧାବୃତ୍ତି ପରୀକ୍ଷା, ଏନ୍‌ଆରଟିଏସ୍ ପରୀକ୍ଷା ଇତ୍ୟାଦି କ୍ଷେତ୍ରରେ ନିଜର ପାରଦର୍ଶିତା ବଜାୟ ରଖିବାରୁ ସକ୍ଷମ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସାଧନା, ତ୍ୟାଗ ଓ କର୍ମତତ୍ପର ହେବାକୁ ପରାମର୍ଶ ଦେଇ କଠିନ ପରିଶ୍ରମ ଓ ଗଭୀର ଆତ୍ମବିଶ୍ୱାସ ସଫଳତାର ଚାବିକାଠି ହୋଇଥିଲା ବେଳେ ଛାତ୍ରଛାତ୍ରୀମାନେ ଭଲ ପାଠପଢି ସୁନାଗରିକ ହେବା ସହ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ପିତାମାତା, ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ କରିଥିଲେ । ବାବନପୁର ଆଦର୍ଶ ଶିଶୁମନ୍ଦିରର ରୌପ୍ୟ ଜୟନ୍ତୀ ମହୋତ୍ସହ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃôତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମୋହିତ କରିଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହପ୍ରଧାନାଚାର୍ଯ୍ୟା ବଙ୍ଗାଳୀ ନାହାକ, ଆଚାର୍ଯ୍ୟ ରବିନ୍ଦ୍ର କୁମାର ନାୟକ, ରାଜୀବ ଲୋଚନ ସାହୁ, ବସନ୍ତ କୁମାର ସାହୁ, କାଳୁଚରଣ ନାହାକ, ଦିବ୍ୟାନନ୍ଦ ମୁନି, ପ୍ରଦୀପ କୁମାର ମୁନି, ଆଚାର୍ଯ୍ୟା ମଧୁସ୍ମିତା ପାତ୍ର, ବନିତା ବେହେରା, ସସ୍ମିତା ମହାରଣା, ସସ୍ମିତା ସାହୁ, ସେବତୀ ନାୟକ, ସ୍ୱର୍ଣ୍ଣଲତା ଗୌଡ, ଜ୍ୟୋତ୍ସ୍ନାରାଣୀ ପୋଲାଇ, ବନିତା ଜେନା, ବସୁଧା ମହାନ୍ତି, ଝରଣା ସାହୁ, ଅନନ୍ୟା ପ୍ରିତମ୍‍ ମୁନି, ଅମିତା ବାଡତ୍ୟା, ସେବକ ପୂର୍ଣ୍ଣଚନ୍ଦ୍ର ଗୌଡ, ସେବିକା ଶାନ୍ତିଲତା ଗୌଡ ଓ ବବିତା ପରିଡାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ