ବାବନପୁର ୟୁପିଏସ୍ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ତାଲିମ୍ ପ୍ରଦାନ
ଆସିକା, (ଯୁଗାବ୍ଦ ନ୍ୟୁଜ):ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ବାବନପୁର ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଟିତ ହୋଇଯାଇଛି । ଗୋଷ୍ଟୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିବା ଏହି ଏକ ଦିବସୀୟ ତାଲିମ୍ ଶିବିରକୁ ଭାରପ୍ରାପ୍ତ ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ଭଂଜ ବେହେରା ଓ ଶିବରାମ ବେହେରା ଉଦ୍ଘାଟନ କରି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ ପାଇଁ ସମଗ୍ର ଶିକ୍ଷା ମାଧ୍ୟମରେ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ସମଗ୍ର ଶିକ୍ଷା ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ଏକ ଦିବସୀୟ ତାଲିମ୍ ଶିବିରରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଭେଟନଇ, ବାବନପୁର, ବଡଖୋଲି, ଖାରିଆ, ହରିଡାପଦର, କାଳଷଣ୍ଢପୁର, ନଳବଣ୍ଟା, ଆସିକା ଏନ୍ଏସି କ୍ଳଷ୍ଟର ଅଧୀନସ୍ଥ ବିଭିନ୍ନ ସରକାରୀ ଅନୁଷ୍ଠାନର ୫୦ ଜଣ ଅଭିଭାବକ ଯୋଗଦେଇ ତାଲିମ୍ ନେଇଥିଲେ । ସାଧନ କର୍ମୀ ଭାବରେ ସିଆର୍ସିସି ଅର୍ଚ୍ଚନା ବେହେରା ଓ କେନ୍ଦୁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ଗୋଷ୍ଟୀସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନୀ ହୋତା, ରାଧାମୋହନ ଡାକୁଆ, ଚିତ୍ରସେନ ସେଠୀ, ଟୁଲୁ ସେଠୀ, ସରୋଜ ପ୍ରଧାନ, ଶିଶିରକାନ୍ତ ବେହେରା, ବାବନପୁର ୟୁପିଏସ୍ର ପ୍ରଧାନଶିକ୍ଷକ ପଦ୍ମଚରଣ ସେଠୀ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ୨୧ ପ୍ରକାରର ଦିବ୍ୟାଙ୍ଗ ଚିହ୍ନଟ ସାଙ୍ଗକୁ ସେମାନଙ୍କ ଶିକ୍ଷାର ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ସୁଯୋଗ ପ୍ରଦାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଅଭିଭାବକ ମାନଙ୍କ ଦାୟିତ୍ୱ ଓ ବିଦ୍ୟାଳୟସ୍ତରରେ ଶିକ୍ଷକ ମାନଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଛାସେବୀ ଫକୀର ମୋହନ ପ୍ରଧାନ, ନୃସିଂହ ଲେଙ୍କା, ସନ୍ତୋଷ କୁମାର ମହାଙ୍କୁଡ, ଶିବଶଙ୍କର ପଣ୍ଡା, ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା, ରମେଶ ଚନ୍ଦ୍ର ଚୌଧୁରୀ, ପବିତ୍ର ମୋହନ ଉଦ୍ଗାତା, ଅସିତ୍ କୁମାର ସିୟ, ସମୀର କୁମାର ସ୍ୱାଇଁ, ଉର୍ମିଳା ନାୟକ, ଲିତା କୁମାରୀ ଜେନା, ସୁପ୍ରଭା ଦାଶ, ମୌସୁମୀ ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ପାତ୍ର, ସୁଧିର କୁମାର ପାଢୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।