ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ଗଣେଶ୍ୱର ପଣ୍ଡା ଓ ଧିରେନ୍ଦ୍ର କୁମାର ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏସ୍.ଏମ୍.ଡି.ସିର ସଭ୍ୟ ଅବିନାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି କୂଳପ୍ରଭା ସୁଆର, ନିଳୋକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ଅବସରପ୍ରାପ୍ତ କର୍ମଚାରୀ ସନାତନ ନାୟକ, ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତ, ସାମ୍ବାଦିକ ହରି ନାରାୟଣ ମହାନ୍ତି, କର୍ମଚାରୀ ପରୀକ୍ଷିତ ନାୟକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ଅତିଥି ପରିଚୟ, ମାନପତ୍ର ପଠନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅବସର ନେଇଥିବା ଦୁଇ ଶିକ୍ଷକଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି, ୧୯୮୫ ମସିହା ଠାରୁ ଗଣେଶ୍ୱର ପଣ୍ଡା ଏହି ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ୨୦୧୯ ମସିହାରେ ଅବସର ନେଇଥିଲେ । ସେହିପରି ବିଜ୍ଞାନ ଶିକ୍ଷକ ଧିରେନ୍ଦ୍ର କୁମାର ବିଶ୍ୱାଳ ୧୯୮୮ ମସିହାରେ ଏହି ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ଆଜିର ଦିନରେ ବିଦ୍ୟାଳୟରୁ ଅବସର ନେଇଥିବା ଜଣାଯାଇଛି ।


