ବାବାମଣି ମିଶନ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁରସ୍ଥିତ ବାବାମଣି ମିଶନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୧୪ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ରଗଡା କିକେଟ କ୍ଲବ ଗେଲପୁର ଭଦ୍ରକ ଓ ଏମ୍.ଏସ୍.ସି ବିଞ୍ଝା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରଗଡା ଟିମ୍ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୫ ଓଭର ମଧ୍ୟରୁ ୧୨ ଓଭର ମଧ୍ୟରେ ସମସ୍ତ ଉଇକେଟ ହରାଇ ୯୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଏମ୍.ଏସ୍.ସି ବିଞ୍ଝା କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୫ ଓଭରରୁ ୧୪.୧ ଓଭରରେ ୫ ଉଇକେଟ ହରାଇ ଚମ୍ପିୟନ ହୋଇଥିଲା । ଅମ୍ପାୟର ଭାବେ ରାଜେଶ ବେହେରା, ସିଦ୍ଧାନ୍ତ ଜେନା, ଭାଷ୍ୟକାର ଭାବେ ଟି.ଏସ୍. ଉଦୟ କୁମାର, ଭାଗିରଥି ଦାୟୀତ୍ୱ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଇଂ.ବିଜୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଉମାକାନ୍ତ ବେହେରା, ସମ୍ମାନୀତ ଅତିଥି ଭାବେ ଭାସ୍କର ଚନ୍ଦ୍ର ବେହେରା ଯୋଗ ଦେଇ ୨ ଦଳକୁ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ବାବାମଣି ମିଶନ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।


